ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ…

add-all

ବାଲିଗୁଡା : ବାଲିଗୁଡା ବ୍ଲକ ଗଟାଙ୍ଗି ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳନ ହୋଇଯାଇଛି l ସହକାରୀ ଶିକ୍ଷକ ତିର୍ଥବାସୀ ଘଡ଼ାଇ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଘନଶ୍ୟାମ ପ୍ରଧାନ ଅଧ୍ୟକ୍ଷତା କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯେଉଁ ଶିଶୁ ଭଲ ପ୍ରଦର୍ଶନ କରିବେ ବ୍ଲକ ପ୍ରଶାସନ ତରଫରୁ ପୁରସ୍କୃତ କରାଯିବ ଓ ବିଦ୍ୟାଳୟ ଭିତ୍ତି ଭୂମି ଉନ୍ନତି କରିବା ପାଇଁ ପ୍ରତିଶୃତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା, ରାଜ କିଶୋର ସାହୁ, ହରିଶ୍ଚନ୍ଦ୍ର ପ୍ରଧାନ, ଡମ୍ବୁରୁ ଧର ଡିଗାଲ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ପ୍ରସାଦ ଲେଙ୍କା ପ୍ରମୁଖ ଯୋଗ ଦେଇ ଉକ୍ତ ବିଦ୍ୟାଳୟରେ ପ୍ରତ୍ୟେକ ବର୍ଷର ପରୀକ୍ଷା ଫଳାଫଳ ନିୟମିତ ଉଚ୍ଚ କୋଟିର ହୋଇ ଆସୁଛି, ଆଗାମୀ ଦିନରେ ମଧ୍ୟ ଏପରି ବଜାୟ ରଖିବା ପାଇଁ ମୁଖ୍ୟବକ୍ତା ମତ ରଖିଥିଲେ l ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏଥିରେ ଅମ୍ବିକା ବିଭାର, ପ୍ରଭାସିନୀ ଦିଗାଲ , ତାରାବତୀ ପ୍ରଧାନ ଓ ସେବତୀ ମଲ୍ଲିକ ଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ବେହେରା, ହେମନ୍ତ କୁମାର ପାତ୍ର, ସତ୍ୟଜିତ ମହାପାତ୍ର ଓ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.