ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ…

add-all

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ପରିସରରେ ନିଷ୍କ୍ରମଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲା ବେଳେ ଉପସଭାପତି ଗୀତା ପାଢୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ଏ ରାବଣା ରାଓ,ସଦସ୍ୟା ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଜୀବନରେ ଶିକ୍ଷାର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ, ସଭାପତି, ଆଚାର୍ଯ୍ୟ ଟି ସୁରେଶ କୁମାର ଆଚାରୀ ମଧ୍ୟ ସେମାନଙ୍କର ମତ ରଖିଥିଲେ । ଇତ୍ୟ ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ କଲ୍ୟାଣୀଙ୍କୁ ସମ୍ମାନୀତ କରିବା ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମାମାନେ ଶୁଭାଶିଷ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଶିଶୁ ବାଟିକା ଶିଶୁମାନଙ୍କର ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ବାଟିକା ପ୍ରମୁଖ ଆଚାର୍ଯ୍ଯା ବି ସୁଶିଳା ସଂଯୋଜନା କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।ଶିଶୁମାନଙ୍କ ପରୀକ୍ଷାର ଶୁଭକାମନା ପାଇଁ ଶ୍ରୀ ଗୌରୀଶଙ୍କର ମନ୍ଦିର ରେ ପୂଜା ଅଭିଷେକ କରାଯାଇଥିଲା

ad-week
Leave A Reply

Your email address will not be published.