ପୂର୍ବତନ ବିଧାୟକଙ୍କୁ ସମ୍ବର୍ଦ୍ଧନା…

add-all

ଛତ୍ରପୁର: ଛତ୍ରପୁର ସ୍ଥିତ ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ ପ୍ରେସ କ୍ଲବ ପକ୍ଷରୁ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ସଭା ପରିଚାଳନା କରିଥିଲେ। ନୂତନ ଭାବେ ଅତି ନିକଟରେ ପ୍ରେସ କ୍ଲବ ନୂତନ କୋଠା ଉଦଘାଟିତ ହୋଇଥିଲା। ପୂର୍ବତନ ବିଧାୟକ ତାଙ୍କ ହାତପାଣ୍ଠିରୁ ପ୍ରେସ କ୍ଲବ କୋଠା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ। ଆଜି ପ୍ରେସ କ୍ଲବ ନୂତନ କୋଠା ଦେଖି ନିଜର ଖୁସି ଜାହିର କରିଥିଲେ ପୂର୍ବତନ ବିଧାୟକ ଶ୍ରୀ ପ୍ରଧାନ। ପ୍ରେସ କ୍ଲବ ପକ୍ଷରୁ ପୂର୍ବତନ ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ରନାଥ ପଣ୍ଡା, ବସନ୍ତ ମହାରଣା ଓ ଶ୍ରୀକାନ୍ତ ମହାନ୍ତି, ସନ୍ତୋଷ କୁମାର ମିଶ୍ର, ଖିରୋଦ ଚନ୍ଦ୍ର ସାହୁ, ସୁଧିର କୁମାର ନାହାକ, ଦିଲ୍ଲୀପ ସାମଲ, ଅଜିତ୍ ସ୍ୱାଇଁ, କେ ସତ୍ୟନାରାୟଣ ରେଡ୍ଡୀ, ଅଶୋକ କୁମାର ବେହେରା ,ବିସ୍ମୟ ପ୍ରଧାନ, ରବିନ୍ଦ୍ର ନାହାକ, ଗୌର ମହାପାତ୍ର, ଦେବବ୍ରତ ପଣ୍ଡା, ସନ୍ତୋଷ କୁମାର ସାହୁ, କେ ରମେଶ, ଅଶୋକ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.