ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା

add-all

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକର ଚାଉଁରିଆଗୁଡା ଠାରେ ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଆଜି ଯାଦବ ସମାଜ ଦ୍ଵାରା ନାଟବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜର ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ ସ୍ତ୍ରୀ ଯୁବକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖରେ ଥିବା ପଡ଼ିଆରେ ପହଞ୍ଚିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଯାଦବ ସମାଜ ର ଛାତ୍ର ଛାତ୍ରୀ ମାନଙ୍କୁ ଆବାସିକ ବିଦ୍ୟାଳୟ ରେ ପଢିବା ର ବ୍ୟବସ୍ଥା,ଗୋଚର ଜମିର ସୁରକ୍ଷା,ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଯାଦବ ମାନଙ୍କୁ ଦିଆ ଯାଇଥିବା “ଗିରିଜନ”ମାନ୍ୟତା ସହ ଅନ୍ୟ ୧୬ ଗୋଟି ଦାବି ଶିଘ୍ର ପୁରଣ କରିବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗଦିଶ ଯାଦବ ଅନ୍ୟାନ୍ୟ ପଛୁଆବର୍ଗ କମିଶନର ଅଧ୍ୟକ୍ଷ ଦିଲ୍ଲୀ ସରକାର, ଶ୍ରୀ ନରେଶ ଯାଦବ ସଂପାଦକ ଯାଦବ ମହାସଭା ଦିଲ୍ଲୀ,ନିତିନ ଯାଦବ ଅଧ୍ୟକ୍ଷ ଦିଲ୍ଲୀ ଯାଦବ ମହାସଭା, ହେମନ୍ତ ଯାଦବ ଅଧିବକ୍ତା ଦିଲ୍ଲୀ,ମନୋଜ ହାତୀ ସଭାପତି,ଲିଗାଲ ସେଲ ଉତ୍କଳ ଯାଦବ ମହାସଭା,ଗୌର ଚନ୍ଦ୍ର ରାଜପାଲିଆ ପ୍ରବକ୍ତା ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା,ସକିତ ରତେଇ ଉପ ସଭାପତି, ଉତ୍କଳ ଯାଦବ ମହାସଭା,କିର୍ତ୍ତନ ନାୟକ ଜିଲ୍ଲା ପ୍ରଭାରୀ, ନବରଙ୍ଗପୁର,ସରିତା ଯାଦବ, ସନ୍ତୋଷ ଯାଦବ,ନେଖିରାମ ଯାଦବ ଛତିଶଗଡ଼, ଜ୍ୟୋତି ରଞ୍ଜନ କଂସ ସଭାପତି,ବୁଲୁ ନାୟକ ଆବାହକ ଅବିଭକ୍ତ କୋରାପୁଟ ଜିଲ୍ଲା ଯାଦବ ମହାସଭା, ପରମେଶ୍ବର ପାତ୍ର ସଭାପତି ମାଲକାନଗିରି, ଅମିତ୍ ନାୟକ ସଭାପତି ରାୟଗଡ଼ା, ମଦନମୋହନ ନାୟକ ରାଜ୍ୟ ଉପ ସଭାପତି,ନବଘନ ନାୟକ,ମାଧବ ନାୟକ,ହରି ନାୟକ, ଦୈତାରି ମାଝୀ,ଅଜୟ ଯାଦବ,ସିମାଞ୍ଚଳ ମହାଙ୍କୁଡ, ସରୋଜ ମହାଙ୍କୁଡ,ଶତୃଘନ ଗୌଡ,କୁଶ ଗୌଡ ଦେବଦାସ ମହାଙ୍କୁଡ ଜିଲ୍ଲା କାର୍ଯ୍ୟକାରି ସଭାପତି ଓ ୧୦ ଗୋଟି ବ୍ଲକ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.