ସୁବାଣୀରେ ବ୍ରହ୍ମଲିନ ସାଧୁଙ୍କ ମହୋତ୍ସବ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ସୁବାଣୀ ଗ୍ରାମ ତଳସାହି ମହିମା ଆଶ୍ରମରେ ରବିବାର ବ୍ରହ୍ମ ଧୂନିର ଶୁଭାରମ୍ଭ କରି ଅବଧୂତ ବ୍ରହ୍ମଲିନ ମାଧବାନନ୍ଦ ବାବାଙ୍କ ସପ୍ତମ ବାର୍ଷିକ ସ୍ମୃତିଚରଣ ମହୋତ୍ସବ ପରିଚାଳନା ସମିତି ଓ ଗ୍ରାମବାସୀ ଭକ୍ତବୃନ୍ଦଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମଅବଧୂତ ମାଧବାନନ୍ଦ ବାବାଙ୍କ ତୀରଧାନ ଦିବସକୁ ମନେ ପକାଇବା ସହ ବାବା ନିଜର ଆପ୍ରାଣ ଉଦ୍ୟମରେ ବ୍ରହ୍ମ ଅନୁସନ୍ଧାନର ପଥିକ ସାଜି ସଂସାରକୁ ଯୁଗ ଯୁଗ ପାଇଁ ଦିଗଦର୍ଶନ ଦେଇଥିବା କଥା ଭକ୍ତ ମାନେ କହିଛନ୍ତି। ଉକ୍ତ ଯଜ୍ଞରେ ବିଶ୍ଵବ୍ରହ୍ମାଣ୍ଡ ଶାନ୍ତି ନିମିତ୍ତ ପ୍ରାତଃ ଅଖଣ୍ଡ ଜ୍ୟୋତି ଅର୍ପଣ, ବ୍ରହ୍ମଧୂନିରେ ଘୃତାହୁତି, ସମୂହ ପ୍ରାର୍ଥନା, ଅମଣିଆ ଅର୍ପଣ, ପ୍ରଭୁନାମ ଭଜନ, ସାଧୁଭିକ୍ଷା, ସମୁହ ପ୍ରସାଦ ସେବନ ଏବଂ ସନ୍ଧ୍ୟା ୬ ଘଣ୍ଟିକା ଜଗତ ଭକ୍ତଙ୍କ ମଙ୍ଗଳ ନିମିତ୍ତ ଘୃତାହୁତି ସମୁହ ପ୍ରାଥନା ଏବଂ ଭକ୍ତ ଙ୍କ ଭିକ୍ଷା ପାଇବା ବ୍ୟବସ୍ତା କରାଯାଇଥିଲା ।

ରାତ୍ର ୮ ଘଣ୍ଟିକା ସମୟରେ ପୁରୀରୁ ଆସିଥିବା ପ୍ରବଚକଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ ପରିବେଷଣ କରାଯିବା ପରେ ରାତିସାରା ଭୀମଭୋଇ ଭଜନ ମାଳା ଆଞ୍ଚଳିକ କଣ୍ଠଶୀଳ୍ପୀଙ୍କ କଣ୍ଠରୁ ପରିବେଷଣ କରାଯାଇ ସ୍ମୃତିଚାରଣ ମହୋତ୍ସବ ସମାପନ ହୋଇଥିଲା l ଏହି ମହୋତ୍ସବରେ ମହିମା ଧର୍ମଧାମ ଦକ୍ଷିଣାଞ୍ଚଳର ବ୍ରାହ୍ମଅବଧୂତ ଜୟରାମ ବାବା, ବ୍ରାହ୍ମଅବଧୂତ ବ୍ରହ୍ମାନନ୍ଦ ବାବା ଙ୍କ ସହିତ ପରିଚାଳକ ସଭାପତି ପୂଜ୍ୟ ବ୍ରହ୍ମ ଅବଧୂତ ଶୁକଦେବ ବାବା ଓ ସାଧୁ ଅନାମ ଚରଣ ଦାସଙ୍କ ତତ୍ବାବଧାନରେ ଦକ୍ଷିଣାଞ୍ଚଳ ବାବା, ସାଧୁ, ସନ୍ଥ ଓ ଦକ୍ଷିଣାଞ୍ଚଳର ଭକ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା।

ad-week
Leave A Reply

Your email address will not be published.