ଗଣପର୍ବ ବଡଯାତ୍ରା ଆରମ୍ଭ, ତିନି ଠାକୁରଙ୍କ ନୌକା ବିହାର ପରେ ଆନ୍ଧ୍ରପ୍ରଦେଶର ପୋଲେରୁ ମନ୍ଦିରରେ ମୁତ୍ୟାଲାମ୍ମାଙ୍କୁ ଆବାହନ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗଣପର୍ୱ ବଡଯାତ୍ରା ଗତ ଏକମାସ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଆଜି ମାନ୍ୟମକୋଣ୍ଡା ତାଡକାରେଉ କୁଣ୍ଡରେ ତିନି ଠାକୁର କାନ୍ନାମରାଜୁ, ବାଲାରାଜୁ ଓ ପୋତରାଜୁଙ୍କୁ ସ୍ନାନ କରାଇବା ସହ ନୌକା ବିହାର ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପୋଲୁରୁ ଠାରେ ଥିବା ମା ମୁତ୍ୟାଲାମ୍ମାଙ୍କୁ ଏହି ଯାତ୍ରା ରେ ସାମିଲ ହେବେ । ଏହି ଯାତ୍ରାରେ ସାମିଲ ହୋଇ ତାଡକା କୁଣ୍ଡରେ ଏକତ୍ରୀତ ହୋଇ ତିନି ଠାକୁରଙ୍କ ସ୍ନାନ ଉତ୍ସବ ଦେଖିବା ସହ ସେଠାରେ ସ୍ନାନ କରିଥିଲେ ।

ଏକ ପଟୁଆରରେ ଆନ୍ଧ୍ର ପ୍ରଦେଶର ପୋଲୁରୁ ଯାଇ ପୋଲୁରୁ ମନ୍ଦିରରେ ମା ମୁତ୍ୟାଲାମାଙ୍କ ନିକଟରେ ପୂଜାର୍ଚନା କରି ଦୀର୍ଘ ୧୦୦ କିଲୋମିଟର ମାଲକାନଗିରି ଅଭିମୁଖେ ତିନି ଠାକୁରଙ୍କ ସହ ଆସିବା ପାଇଁ ପୂଜାର୍ଚନା ଏବଂ ଆବାହନ କରି ମାଁଙ୍କ ପ୍ରତିମାକୁ ସାଙ୍ଗରେ ଧରି ପୁଣି ଶୋଭା ଯାତ୍ରାରେ ଆସି ମାନ୍ୟମକୋଣ୍ଡା ଠାରେ ଆଜି ପହଂଚିଛନ୍ତି । ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡିଶାର ହଜାର ହଜାର ଭକ୍ତ ଆଜିର ଏହି ଯାତ୍ରାରେ ସାମିଲ ହୋଇଥିଲା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆନ୍ଧ୍ର ପୋଲୁରୁ ପ୍ରସାସନ ତରଫରୁ ବ୍ୟାପକ ସୁରକ୍ଷା, ଶ୍ରଦ୍ଧାଳୁଙ୍କ ରହଣି, ଖାଦ୍ୟପେୟର ବ୍ୟବସ୍ଥା କରା ଯାଇଥିଲା । ତିନି ଠାକୁରଙ୍କ ସହ ମା ମୁତ୍ୟାଲାମ୍ମା ଆଜି ମାନ୍ୟମକୋଣ୍ଡା ଠାରେ ରାତ୍ର ରହଣି ପରେ ଆସନ୍ତା କାଲି ମାନ୍ୟମକୋଣ୍ଡା ଅନ୍ନଭୋଗ ଖାଇ ମାଲକାନଗିରି ଅଭିମୁଖେ ଯାତ୍ରା କରିବେ ।

ad-week
Leave A Reply

Your email address will not be published.