ଜିଲ୍ଲାସ୍ତରୀୟ ଶିକ୍ଷା ଏବଂ ତାଲିମ ଶିବିର…

add-all

ଉମରକୋଟ : ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ, ଉମରକୋଟ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲାର ରେଡ କ୍ରୋସ ସୋସାଇଟି ତରଫରୁ ସମସ୍ତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ କ୍ରୋସ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ବିଶାଳ ଶିକ୍ଷା ଏବଂ ତାଲିମ ଶିବିର ଆରମ୍ଭ ହୋଇଅଛି | ଏହି ଅନୁଷ୍ଠାନ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରହିବ | ଅନୁଷ୍ଠାନରେ ସମସ୍ତ ଜିଲ୍ଲାରୁ ପ୍ରାୟ ୪ଶହ ଛାତ୍ର ଓ ଛାତ୍ରୀ ଆସି ଯୋଗଦାନ କରିଛନ୍ତି | ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ, ମୁଖ୍ୟବକ୍ତା ଭାବେ ଶ୍ରୀ ବୀରେନ୍ଦ୍ର ନାଥ ପାଢ଼ୀ, ବ୍ଲକ ଶିକ୍ଷା ଅଧିକାରୀ, ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର, ଯୋଗଦାନକରି ପ୍ରଦୀପ ପ୍ରଜଳନ କରି କାର୍ଯକ୍ରମ ଆରମ୍ଭ କରିଥିଲେ | ଶ୍ରୀ ବୀରେନ୍ଦ୍ର ନାଥ ପାଢ଼ୀ ଛାତ୍ର, ଛାତ୍ରୀ ମାନଙ୍କୁ ସୁନ୍ଦର ଭାବରେ ବୈଷୟିକ ଶିକ୍ଷା ଠୁ ଆରମ୍ଭ କରି ଆଦର୍ଶ ଶିକ୍ଷାର ଟିକି ନିକି ଆଲୋଚନା କରି ଜୁନିଅର ରେଡ କ୍ରୋସ ଛାତ୍ର, ଛାତ୍ରୀ ମାନଙ୍କୁ ବୁଝାଇଲେ | ତିନଦିନ ପାଇଁ ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରା ଯାଇଅଛି | ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦାରଖ ଦାୟିତ୍ବରେ ରହିବେ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ବଣ୍ଟନ, ଓ ଅତିଥିମାନଙ୍କୁ ଆସନ୍ତା ୨ ତାରିଖରେ ସମ୍ମାନିତ କରି କାର୍ଯକ୍ରମ ସମାପନ କରାଯିବ |

ad-week
Leave A Reply

Your email address will not be published.