ଏସଏସଭିଏମ ଫୁଲବାଣୀଠାରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳିତ

add-all

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ଫୁଲବାଣୀଠାରେ “ଜାତୀୟ ବିଜ୍ଞାନ ଦିବସ” ପାଳନ କରାଯାଇଛି। ଇତ୍ୟବସରରେ ବିଦ୍ୟାଳୟର ବିଦ୍ୱତ ପରିଷଦର ସମ୍ପାଦକ ତଥା ମୁଖ୍ୟ ଅତିଥି ସନ୍ତୋଷ କୁମାର ରଥ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ।ପ୍ରାୟ ୭୦୦ ଶିଶୁ ବିଭିନ୍ନ ପ୍ରତିଯୋଗିତା ତଥା ଫୋଟୋ ପ୍ରଦର୍ଶନୀ, ପ୍ରଶ୍ନମଞ୍ଚ ଓ ପ୍ରକଳ୍ପରେ ଭାଗ ନେଇଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହ-ପ୍ରଧାନାଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଵିଜ୍ଞାନ ଗୁରୁଜୀ ଅନୀଲ କୁମାର ସାହୁ, ରାଜେଶ ପ୍ରଧାନ, ନିରୂପମା ପଣ୍ଡା ,ପ୍ରତିଭା ଦାଶ ଏବଂ ଅନ୍ୟାନ୍ୟ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

ad-week
Leave A Reply

Your email address will not be published.