ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ…

add-all

ଦାରିଙ୍ଗବାଡ଼ି, ୨୮/୦୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳିତ ହୋଇଥିଲା। ଥାନା ଅଧିନସ୍ତ ୮ଗୋଟି ଗ୍ରାମ ପଂଚାୟତ ଯଥା ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ଗଦାପୁର, ସରାମୁଲି,ତାଜୁଙ୍ଗି, ହାତିମୁଣ୍ଡା ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଗ୍ରାମରୁ ଗ୍ରାମ ମୁଖିଆ ସହିତ ଯୁବ ସ୍ବେଛା ସେବୀ ଗଣ ଯୋଗ ଦେଇଥିଲେ। ଅଞ୍ଚଳରେ ଶାନ୍ତି ସ୍ଥାପନ ସହିତ ପୋଲିସକୁ ଆଇନ ଶଙ୍ଖଳା ବଜାୟ ରଖିବାରେ ସହଯୋଗ କରିବାନେଇ ଆଲୋଚନା କରାଯାଇଥିଲା।

ପ୍ରକାଶ ଥାଉକି ବ୍ଲକ ମହକୁମାକୁ ଛାଡି ଦେଲେ ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ଉପରେ ସୀମାନ୍ତ ବର୍ତ୍ତି ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା, କଟାମା, ଗର୍ଡମା ପଞ୍ଚାୟତ ବାସୀଙ୍କ ସହିତ, ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକ ଅଧିନସ୍ତ କିଛି ଗ୍ରାମ ବାସୀ ଏବଂ ଗଞ୍ଜାମ ଜିଲା ସୋରଡା ବ୍ଲକ ଅଧିନସ୍ତ ବଡଗୋଛ ପଞ୍ଚାୟତ ବାସୀ ନିର୍ଭର କରି ଆସୁଛନ୍ତି। ମୁଖ୍ୟତଃ ହାଟ ବାରି ଦିନ ବଜାରୀ କରଣ ସୁବିଧା ଥିବାରୁ ଜନ ସମାଗମ ବହୁଳ ଭାବେ ହୁଏ। ସେହି ଦିନ ମାନଙ୍କରେ ବଜାରରେ ଟ୍ରାଫିକ ସମସ୍ୟା ସହିତ ବ୍ୟାଙ୍କ ଛକରେ ପୁଲିସ ବାହିନୀ ମୁତୟନ କରାଯିବା ନେଇ ବୁଦ୍ଧିଜୀବି ମାନେ ପ୍ରସ୍ତାବ ଦେଇଥିଲେ।ଏହାସହିତ ବଜାର ଗହଳିରେ ଦ୍ରୁତ ଗତିରେ ମୋଟର ସାଇକେଲ ଚଳା ଚଳ ରୋକିବା, ଦୁଇ ଚକିଆ ଯାନ ବାହାନ ସହିତ ବିଭିନ୍ନ ଗାଡି ଘୋଡାର କାଗଜ ପତ୍ର ଯାଞ୍ଚ କରିବା ଓ ଚୋରି ହାରି ରୋକିବା ନେଇଁ ବଜାର ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବା ନେଇଁ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଏଏସଆଇ ରମାକାନ୍ତ ସେଠି,ଏଏସଆଇ ଶଙ୍କର ୱାଡାକା ସହଯୋଗ କରିଥିବା ବେଳେ ପୋଲିସ ବାହିନୀ, ଗୃହରକ୍ଷୀ ଓ ଗ୍ରାମ ରଖି ସମୁହ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.