ଆମ୍ ଆଦିମ୍ ପାର୍ଟି ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

add-all

ବ୍ରହ୍ମପୁର : ମିଶନ ଶକ୍ତିର ଗୋଷ୍ଠୀର ସହକର୍ମୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବୀରେ ଆଜି ଆମ୍ ଆଦିମ୍ ପାର୍ଟି ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରାଯାଇଥିଲା । ମିଶନ ଶକ୍ତିରେ ସହାୟକ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଏମ୍‌ବିକେ, ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଏବଂ ତାଙ୍କ ପ୍ରାପ୍ୟ ଦରମାକୁ ବୃଦ୍ଧି କରିବା ଦାବୀ କରିଛି ଆମ୍ ଆଦିମ୍ ପାର୍ଟି । ଦୀର୍ଘ ୧୦ ବର୍ଷ ଧରି ଏହି ପଦବୀରେ ନିଯୁକ୍ତି କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟ କରିଆସୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଏହି ଦାବୀରେ ଅଲ୍ ଓଡ଼ିଶା ଜିପିଏଲ୍‌ଏଫ୍ ମିଶନ, ଶକ୍ତି କର୍ମୀ ସମୀକ୍ଷ ପକ୍ଷରୁ ଫେବୃୟାରୀ ୨୦ ତାରିଖରୁ ଭୁବନେଶ୍ୱର ଠାରେ ଧାରଣା ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ତେଣୁ ଆମ୍ ଆଦିମ୍ ପାର୍ଟି ପକ୍ଷରୁ ମିଶନ ଶକ୍ତିର ସମସ୍ତ ସହକର୍ମୀ, କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ସହିତ ପ୍ରାପ୍ୟ ବୃଦ୍ଧି କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ । ,ହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି ସୁବାସଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ସଂପାଦକ ଆଦିତ୍ୟ ନାରାୟଣ ରଥ, ଉପସଭାପତି ସୁଧୀର କୁମାର ପ୍ରଧାନ, ମହିଳା ସଭାନେତ୍ରୀ ନିବେସ୍ମିତା ପ୍ରଧାନ, ନିଭାସ୍ମିତା ପ୍ରଧାନ, ସନ୍ଧ୍ୟାରାଣୀ ପ୍ରଧାନ, ସି. ହରପ୍ରସାଦ, ଦିନେସ ରାଜ୍‌, ସୁଦର୍ଶନ ମଲ୍ଲିକଙ୍କ ସମେତ ବହୁ କର୍ମକର୍ତା ବିକ୍ଷୋଭରେ ସାମିଲ୍ ହୋଇଥିଲେ ।

ad-week
Leave A Reply

Your email address will not be published.