ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସୌନ୍ଦର୍ଯ୍ୟକରଣ ଲାଗି କୋରାପୁଟ ଜିଲ୍ଲାପାଳଙ୍କ ଭିତ୍ତିଭୂମି ତର୍ଜମା…

Independence

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲାପାଳ ଅବୁଦୁଲ ଅବତାର ଆଜି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଭିତ୍ତି ଭୁୁୁୁମି ତର୍ଜମା କରି ଭାରପ୍ରାପ୍ତ ଡାକ୍ତର ନବ କିଶୋର କୁଣ୍ଡୁଙ୍କ ସହ ଆଲୋଚନା କରି କରିଥିଲେ । କିଛି ଦିନ ତଳେ ରାଜ୍ୟ ସରକାର ଫାଇଭ ଟି ଜରିଆରେ ମୋ ହସ୍ପିଟାଲ ଯୋଜନାରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକୁ କେନ୍ଦ୍ର ନେଇ ଥିଲେ। ତେଣୁ ଆଜି କୋରାପୁଟ ଜିଲ୍ଲାପାଳ ଗସ୍ତ କରି ସାଧାରଣର ଲୋକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ | କୋରାପୁଟ ଜିଲ୍ଲାପାଳ ଅବୁଦୁଲ ଅକତାର ସାଙ୍ଗରେ ଥିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ । ତେବେ ପୁରୁଣା କଟାର କିଛି ଅଂଶ ଭଙ୍ଗା ଯାଇ ସେଠାରେ ମୋ ହସ୍ପିଟାଲ ଯୋଜନାରେ ଆସିବା ଟଙ୍କା ବିନିଯୋଗ କରାଯିବ ବୋଲି ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ସରକାରଙ୍କ ଫାଇବ୍ ଟି ମୋ ହସ୍ପିଟାଲ ଯୋଜନାର ବୋର୍ଡ଼ ବସୁଥିବାରୁ କୋରାପୁଟ ଜିଲ୍ଲା ପାଳ ସାର୍ ଲକ୍ଷ୍ମୀପୁର ଗସ୍ତ କରିଛନ୍ତି ତେବେ ୪/୫ କୋଟି ଟଙ୍କା ରାଜ୍ୟ ସରକାର ଦେଇ ପାରନ୍ତି ବୋଲି ବିଡ଼ିଓ ପ୍ରକାଶ କରିଥିଲେ। ସେହିପରି ଭାରପ୍ରାପ୍ତ ଡାକ୍ତର ନବ କିଶୋର କୁଣ୍ଡୁ କହିଥିଲେ କି ହସ୍ପିଟାଲ ଫାଇବ୍ ଟି ମାଧ୍ୟମରେ ନବି କରଣ କରାଯାଉଛି ଏହି ସମୟରେ ରୋଗୀମାନଙ୍କୁ କେଉଁ ଭଳି ସେବା କେଉଁ ସ୍ଥାନରେ ଯୋଗାଇ ଦେଇ ପାରିବା ସେ ଉପରେ ଏବଂ ନୂତନ କୋଟା ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା ବୋଲି ଡାକ୍ତର କୁଣ୍ଡୁ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.