ସରକାରୀ ସହାୟତାରୁ ବଞ୍ଚିତ ନୀରାଶ୍ରୟା…

add-all

ଦାରିଙ୍ଗବାଡ଼ି,୦୧/୦୩ : ସରକାର ଅସହାୟ, ବୃଦ୍ଧା, ବିଧବା ଙ୍କ ସୁବିଧା କରିବାକୁ ଯାଇ ବିଭିନ୍ନ ଯୋଜନା ମାନ କରି ଛନ୍ତି ସତ ହେଲେ ସରକାରୀ ବାବୁ ମାନଙ୍କ ଖାମଖିଆଲ ମନ ଭାବରୁ ବହୁ ଯୋଜନା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରି ଗ୍ରାମର ବିଧବା ମା ବାସ୍ତିନା ବଳିଆରସିଂ। ବୟସ ପ୍ରାୟ ୬୪ ବର୍ଷ । ଖବର ନେବାରୁ ଜଣାପଡିଛିଯେ ଆଜକୁ ୨୦ବର୍ଷ ତଳେ ତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରି ଛନ୍ତି। ପ୍ରାୟ ୪୪ ବର୍ଷ ବୟସରେ ସେ ବିଧବା ହୋଇଥିଲେ। ସେ ବନ୍ଧ୍ୟା ହୋଇ ଥିବାରୁ ପୁଅ ଝିଅ କେହି ନାହାନ୍ତି।ବୃଦ୍ଧା ଅବସ୍ଥାରେ ସାହା ଭରଷା ପାଇଁ ନିଜର କେହି ନାହାନ୍ତି। ହେଲେ ଆଜ ଯାଏ ବିଧବା ଭତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଦୁସ୍ତିନାଙ୍କ କହିବା କଥା ବିଧବା ଭତା ସିନା ପାଇଲି ନାହିଁ ହେଲେ ୬୦ବର୍ଷ ହେଲା ପରେବି ବାର୍ଦ୍ଧକ୍ୟ ଭତାବି ପାଇନାହିଁ। ବାର୍ଦ୍ଧକ୍ୟ ଭତା ପାଇବା ପାଇଁ ବହୁଥର ବ୍ଲକ ଅଫିସ ଯାଇ ଦରଖାସ୍ତ ବଢ଼ାଇଛନ୍ତି ହେଲେ ଆଜ ଯାଏ ସେହି ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଥିବା ସେ କହିଛନ୍ତି। ସରକାରଙ୍କ ଅନ୍ତଦୟ ଚାଉଳହିଁ ସାହା ଭରସା। କୁଲି ମଜୁରୀ କରି ଯେମିତି ସେମିତି ଚଳି ଯାଉଛନ୍ତି। ରୋଗ ବ୍ୟାଧି ବେଳେ ଗ୍ରାମ ବାବାସୀ ହିଁ ତାଙ୍କ ସାହା ଭରଷା। ବୟସ ବଢିବାରୁ କୁଲି ମଜୁରୀ ଆଉ କରି ପାରୁ ନଥିବା ସେ କହିଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ଝାଟି ମାଟିର କୁଡ଼ିଆ ଘରଟିଏ ରହିଛି। ଏହି ଭଳି ଦୁର୍ଦିନ ପରିସ୍ଥିତିରେ ବ୍ଲକ ପ୍ରଶାସନ ସହିତ ଜିଲା ପ୍ରଶାସନ ଦୁସ୍ତିନା ବଳିଆରସିଂଙ୍କୁ ଅତି ଶୀଘ୍ର ସର୍ଵ ନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମ ବାସୀଙ୍କ ସହିତ ଅଞ୍ଚଳ ବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.