ମା’ ଛେଉଣ୍ଡ ୩ପିଲା ଭିକ୍ଷା ବୃତ୍ତିକରି ଆଣୁଥିଲେ ଟଙ୍କା, ମଦ ପିଉଥିଲେ ବାପା…

add-all

ବ୍ରହ୍ମପୁର : ମା’ ଛେଉଣ୍ଡ ୩ ପିଲାଙ୍କୁ ଭିକ୍ଷା ବୃଦ୍ଧିରେ ଲଗାଇ ସେହି ଟଙ୍କାରେ ମଦ ପିଉଛନ୍ତି ବାପା। କିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କୋଦଳା ଥାନା କୋଦଳା ଏନ୍‌ଏସି ଅଞ୍ଚଳରେ। ପ୍ରଶାସନ ହସ୍ତକ୍ଷେପ କରି ୩ ଛୁଆଙ୍କୁ ଉଦ୍ଧାର କରିଛି ।
ସୂଚନାଯୋଗ୍ୟ, ରଞ୍ଜନ ରଣାଙ୍କ ୨ନାବାଳକ ପୁଅ ଏବଂ ଜଣେ ଝିଅ ଅଛନ୍ତି । ମା’ ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ରଞ୍ଜନ ଜଣେ ଶଯ୍ୟାଶାୟୀ ଟିବି ରୋଗୀ। ପିଲାମାନେ ଭିକ୍ଷା ବୃତ୍ତି କରି ଯେଉଁ ଟଙ୍କା ଆଣନ୍ତି ସେଥିରେ ଆହାର କେନ୍ଦ୍ରରୁ ଭୋଜନ ଆଣି ଖାଇଥାନ୍ତି। ବଳକା ଟଙ୍କାରେ ବାପା ମଦ ପିଇଦେଉଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ବେଗୁନିଆପଡା ବିଡିଓଙ୍କୁ ଏସମ୍ପର୍କିତ ରିପୋର୍ଟ ମଗାଯାଇଥିଲା। ବେଗୁନିଆପଡା ବ୍ଲକ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଏହି ଘଟଣାକୁ ଗୁରୁତର ସହିତ ନେଇ କୋଦଳା ଆଇଆଇସି ଉମାକାନ୍ତ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ପହଞ୍ଚି ୩ନାବାଳକଙ୍କୁ ହେପାଜତକୁ ଆଣି ଜିଲା ଶିଶୁ ମଙ୍ଗଳ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଶେଷରେ ଜିଲା ଶିଶୁ ବିଭାଗର ଜିଲା ପରାମର୍ଶଦାତା ସୁସ୍ମିତା ଭୋଇ ୨ ନାବାଳକ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ଧରାକୋଟସ୍ଥିତ ବାଲ୍ମିକେସ୍ବର ଅନାଥ ଆଶ୍ରମକୁ ସ୍ଥାନାନ୍ତର କରିଥିଲେ। ତେବେ କୋଦଳା ତହସିଲଦାରଙ୍କ ତତ୍ୱାବଧାନରେ ବାପା ରଞ୍ଜନ ରଣାଙ୍କୁ ମଧ୍ୟ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.