ଶିକ୍ଷକମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ…

Independence

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଗଠନ ତରଫରୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଏକ୍ସ ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ | ରାଜ୍ୟ ସରକାର ନିକଟରେ ଶିକ୍ଷକ ମାନଙ୍କ ଯେଉଁ ପଦୋନ୍ନତି ପାଇଁ ଯେଉଁ ସମୟ ସୀମାକୁ କମାଇ ଦେଇଥିବାରୁ ରାଜ୍ୟ ସାରା ସମସ୍ତ ଶିକ୍ଷକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି | ଜିଲ୍ଲା ସ୍ତରରେ ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେବା ନିମନ୍ତେ ଆଞ୍ଚଳିକ ଶିକ୍ଷକ ସଂଘର ସଂପାଦକ ସୁରେନ୍ଦ୍ର କୁଲଦୀପ, ଜିଲ୍ଲା ଉପ ସଭାନେତ୍ରୀ ବୟଜନ୍ତୀ ମାଳା ଖୋସ୍ଲା, ଲକ୍ଷ୍ମୀପୁର ବ୍ଲକ ସଭାପତି ଦୟା ଗରଡ଼ା, ଶିକ୍ଷକ ବଳରାମ କନ୍ଦପାନ, ପ୍ରଦୀପ କୁମାର ଲିମା,ଇସାକା ୱ।ଡ଼େକା, ରମେଶ ଦରା ତ୍ରୀନାଥ, ପ୍ରମୁଖ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.