ଭଲିବଲ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ…

add-all

ଚିତ୍ରକୋଣ୍ଡା : (୦୧/୦୩) ଗତ ୨୬ ତାରିଖଠାରୁ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ୟୁଥ କ୍ଲବ ଆନୁକୂଲ୍ୟରେ ଅଭିଭକ୍ତ କୋରାପୁଟ ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଅଭିଭକ୍ତ କୋରାପୁଟ ଜିଲା ଅନ୍ତର୍ଭୁକ୍ତ ଚାରିଗୋଟି ଜିଲା ଯଥା ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡା ଜିଲାର ୧୬ଟି ଟିମ ଯଥା ବାଲିମେଳା,ମାଥିଲି,କୋରାପୁଟ, କୋଲାବ,ମାଲକାନଗିରି ବାଲାଜୀ ୬, ପୁରୁଣାଗଡ,ନନ୍ଦପୁର,ମୋହୁଲି,ଲମତାପୁଟ,ପଡିଆ,ଜୟପୁର,ରାୟଗଡ଼ା,ଚିତ୍ରକୋଣ୍ଡା,ମାଲକାନଗିରି ଟାଉନ, ନବରଙ୍ଗପୁର,ଲକ୍ଷ୍ମୀପୁର ଟିମ ଅଂଶଗ୍ରହଣ କରିଥିବା ବେଳେ 16 ଗୋଟି ଭଲିବଲ ଟିମ କୁ ନେଇ ଦିବାରାତ୍ରି ଭଲିବଲ ପ୍ରତିଯୋଗିତା କାର୍ଯ୍ୟକ୍ରମ ଜାରି ରହିଥିଲା l ଆଜି ରାତି ଆଠଟାରେ ଉକ୍ତ ଫାଇନାଲ ଭଲିବଲ ପ୍ରତିଯୋଗିତାରେ ନବରଙ୍ଗପୁର ସହିତ ମାଲକାନଗିରି ବାଲାଜୀ ସିକ୍ସ ଭେଟୁଥିବା ବେଳେ ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥିଭାବେ ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ,ସମାଜସେବୀ ଦେବେନ୍ଦ୍ର ଦାଶ, ବନପାଳ ମୃତୁଞ୍ଜୟ ସେଠି, ମହାବିଦ୍ୟାଳୟ ର ଅଧକ୍ଷ ସୌମ୍ୟ ରଞ୍ଜନ ଦାଶ ଚିତ୍ରକୋଣ୍ଡା ୟୁଥ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଉକ୍ତ ଫାଇନାଲ ଟୁର୍ଣ୍ଣାମେଣ୍ଟର ବିଜୟ ଦଳକୁ ୪୦,୦୦୦ ଓ ପରାଜିତ ଦଳକୁ ୩୦,୦୦୦ ଟଙ୍କାର ଅର୍ଥରାଶି ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦିଆଯିବ ବୋଲି ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମ ୟୁଥ କ୍ଲବ ର ସଭାପତି ଅମିତ କୁମାର ଅଗ୍ରୱାଲ, ସମ୍ପାଦକ ରବୀନ୍ଦ୍ର ପାଢ଼ୀ ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.