
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲଠାରେ ମା ପିତାବଳି ମନ୍ଦିର ପରିସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ମନ୍ଦିର ପରିସରରୁ ୭୦୦ ରୁ ଉର୍ଦ୍ଧ୍ବ ମହିଳା କଳସ ଧରି ଗୁଡ୍ରି ଗାଁ ନଦୀ ପଠାରେ ବିଭିନ୍ନ ଦେବ ଦେବୀଙ୍କୁ ଆମନ୍ତ୍ରଣ କରି କଳସରେ ଜଳ ଆଣି ବିଭିନ୍ନ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ଆୟୋଜନ ହେବାକୁ ଥିବା ଯଜ୍ଞ ମଣ୍ଡପ ଠାରେ ସମସ୍ତ କଳସକୁ ରଖାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମା ପୀତାବଳୀ ମନ୍ଦିର ପରିଚାଳନା କମିଟିର ସଭାପତି ଗୋପାଳ ଅମାତ, ଉପସଭାପତି ସୁଶାନ୍ତ ବେହେରା, ସମ୍ପାଦକ ଅଶୋକ କୁମାର କହଁର, ସହ ସମ୍ପାଦକ ସରୋଜ କୁମାର ବେହେରା, ସମ୍ମାନିତ ବ୍ଯକ୍ତି ସର୍ବେଶ୍ଵର କହଁର, ଦେବେଶ୍ୱର ବେହେରା, ମାଧବ ବେହେରା, ପୂଜକ ଡୁରୁ ଦେହୁରୀ,ବାହକ ଗୋବିନ୍ଦ ଅମାତ୍ୟ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସରୋଜ କୁମାର ବେହେରା, ମନୋଜ କୁମାର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ l ଆୟାଜିତ କାର୍ଯ୍ୟକ୍ରମର କଳସ ଯାତ୍ରା ଉପଲକ୍ଷେ ଏକ ରଙ୍ଗର ୭୦୦ ରୁ ଉର୍ଦ୍ଧ୍ବ ବସ୍ତ୍ର ସୁରାଟରେ ରହୁଥିବା ଧର୍ମ ପରାୟଣ ବ୍ଯକ୍ତି ଅଜିତ କୁମାର ତ୍ରିପାଠୀ ଦାନ କରିଥିଲେ l ଶଙ୍କରା ଖୋଲର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l