ନିଶାମୁକ୍ତ ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

add-all

ମାଲକାନଗିରି (୦୨/୦୩) : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ସ୍ବେଚ୍ଛାସେବୀମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ଯୋଗ ଦେଇ ମୁଖ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ସେମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ। ସୂଚନାଯୋଗ୍ୟ ଭାରତ ସରକାରଙ୍କ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ଵାରା ୨୦୨୦-୨୧ ଆର୍ଥିକ ବର୍ଷରେ ନଶା ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ ହୋଇଥିଲା। ଏଥିରେ ମୋଟ ଦେଶର ୩୭୨ ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ରୁ ୫୦ ଜଣ ମୁଖ୍ୟ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ନେଇଛନ୍ତି।ଏହି ଯୋଜନାରେ ମୁଖ୍ୟ ସ୍ଵେଚ୍ଛାସେବୀ ମାନେ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅଭ୍ୟସ୍ତ ବା ଆସକ୍ତ ଜନିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ନଜର ରଖିବେ ଓ ତୃଣମୂଳ ସ୍ତରରେ ନିଶା ନିବାରଣ ନେଇ ସଚେତନତା ସୃଷ୍ଟି କରିବେ।
ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ସସ୍ମିତା ସ୍ୱାଇଁ ଏହି କର୍ମଶାଳା ବିଷୟରେ ଆଲୋକପାତ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କେନ୍ଦ୍ର ମନ୍ତ୍ରାଳୟରୁ ରାଜ୍ୟ ସଂଯୋଜକ ପ୍ରଜ୍ଞା ଜୈନ ଏବଂ ଲାଲଖଲେନ୍ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।

ad-week
Leave A Reply

Your email address will not be published.