ଢୁସାରିଗାଁ ପାଷ୍ଟରେଟରେ ୬୨ତମ ଗସିସଭା

add-all

ଦାରିଙ୍ଗବାଡି, ୦୨/୦୩ : ଦାରିଙ୍ଗବାଡି ବ୍ଲକଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରିଗାଁ ପାଷ୍ଟରେଟରେ ୬୨ତମ ଗସିସଭା ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉତ୍ତର ମଣ୍ଡଳୀର ମଡ଼େଟର ବିଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଗୁଜୁରାଟ ଡାଇସେସର ବିଷପ ସିଲଭାନସ ଏସ ଖ୍ରୀଷ୍ଟିୟାନ ଯୋଗ ଦେଇ ଈଶ୍ଵରଙ୍କ ବାଣୀ ପ୍ରଚାର କରିଥିଲେ। ଏହି ଗସି ସଭାରେ ଢୁସାରି ପାଷ୍ଟରେଷ୍ଟ ଅଧିନସ୍ତ ସମସ୍ତ ଖ୍ରୀଷ୍ଟୀୟ ମଣ୍ଡଳୀର ଖ୍ରୀଷ୍ଟୀୟ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିବା ସହିତ ଦାରିଙ୍ଗବାଡ଼ି ବ୍ଲକ ସମେତ ରାଇକିଆ ଓ ଘୁ ଉଦୟଗିରି ବ୍ଲକ ଅଧିନସ୍ତ ବିଭିନ୍ନ ପାଷ୍ଟରେଟର ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ କରା ଯାଇ ଥିବା ସାଂସ୍କୃତିକ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାନେତ୍ରୀ ରୁଦା ମଲିକ ଯୋଗ ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଧୁସାରି ଗ୍ରାମବାସୀଙ୍କ ସହିତ ଗ୍ରାମର ଯୁବକ ଯୁବତୀ ଏବଂ ଜିରିମିୟ ସୁନାମାଝୀ, ପ୍ରଦୀପ ପ୍ରଧାନ ଓ ପାଳକ ରମେଶ ମଳିକ ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

ad-week
Leave A Reply

Your email address will not be published.