ବାର୍ଷିକ ଉତ୍ସବ ଓ ଅଭିଭାବକ ଦିବସ ଅନୁଷ୍ଠିତ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ କଳବାଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳା ସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଅଭିଭାବକ ଦିବସ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖଲି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନନୀୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଭାକର ସେଠୀ, ସିମlଞ୍ଚଳ ପଣ୍ଡା, ନିଗମାନନ୍ଦ ପଣ୍ଡା, ସି ଆର ସି ସି ସଂହିତା ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ଦାଶରଥି ପଣ୍ଡା, ସଙ୍କୀର୍ତ୍ତନ ପଣ୍ଡା, ସଭାପତି ବାବୁଲା ସାହୁ, ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ମଞ୍ଚାସିନ ହୋଇଥିବା ବେଳେ ବିଦ୍ୟାଳୟ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା l ପିତା ,ମାତା ଙ୍କ ସେବା କଲେ ଭଗବାନ ଙ୍କ ଆଶିର୍ବାଦ ମିଳିଥାଏ ଓ ଶିଶୁଙ୍କ ପାଖରେ ଥିବା ପ୍ରତିଭାକୁ ଖୋଜି ବାହାରକରି ତାକୁ ଲୋକ ଲୋଚନକୁ ଆଣିବା ପାଇଁ ସମସ୍ତ ଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ପୁର୍ବରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମlଞ୍ଚଳ ପାଣିଗ୍ରାହୀ ସଂଚାଳନ କରିଥିବାବଳେ ବିଦ୍ୟାଳୟ ର ଶିକ୍ଷକ କର୍ମଚାରୀ, ଏନ ଏ ସି ର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ବାବୁଲା ସାହୁ, ପୃଥ୍ୱୀରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ lବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା lଶେଷରେ ଶିକ୍ଷକ ପ୍ରଫୁଲ୍ଲ ପାଢୀ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

ad-week
Leave A Reply

Your email address will not be published.