ବାଇକ୍‌ରେ ପ୍ରେମିକଙ୍କ ସହ ଯାଉଥିଲେ : ବାଟରେ ଘଟିଲା ଦୁର୍ଘଟଣା

add-all

ବ୍ରହ୍ମପୁର : ବାଇକରେ ପ୍ରେମିକ ପ୍ରେମିକା ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି | ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଯୁବତୀଙ୍କ ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଥାନା ଅଞ୍ଚଳର ପୁଷ୍ପିତା ମହାରଣା(୨୦)।

ପୁଷ୍ପିତା ତାଙ୍କ ପ୍ରେମିକଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ଏକ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଗୁରୁବାର ମୃତଦେହ ଜବତ କରି ଏକ ମାମଲା(ନଂ.୧୩୮/୨୩) ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୋଲିସ ସୂଚନା ମୁତାବକ, ବୁଧବାର ଶତ୍ରୁଘ୍ନ ବିଷୋୟୀ ତାଙ୍କର ପ୍ରେମିକା ପୁଷ୍ପିତାଙ୍କ ସହ ଏକ ବାଇକ୍‌ (ନଂ.ଓଡ଼ି ୦୭ଏସି-୭୧୭୨)ରେ ବ୍ରହ୍ମପୁର ଯାଉଥିଲେ। ହେଲେ କାଳୁଆ ଛକ ନିକଟରେ ତାଙ୍କ ବାଇକ୍‌କୁ ପଛପଟୁ ଏକ ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ବାଇକ୍‌ ପଛପଟେ ବସିଥିବା ପୁଷ୍ପିତା ଛିଟିକି ତଳେ ପଡିଯାଇଥିଲେ। ଅନ୍ୟପକ୍ଷେ ଶତ୍ରୁଘ୍ନ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପିତାଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଛି। ଅନ୍ୟପକ୍ଷେ ପୋଲିସ କାଳୁଆ ଛକରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.