ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ…

add-all

ଛତ୍ରପୁର : ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସ୍ ର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁ ଘୋର ବିରୋଧ କରି ଭାରତୀୟ ଜନତା ପାର୍ଟି ଛତ୍ରପୁର ପକ୍ଷରୁ ବହୁ ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଛତ୍ରପୁର ଥାନାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ବିଜେପି ଅନୂସୁଚିତ ଜାତିର ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ପ୍ରଦୀପ କୁମାର ପାଢୀ, ବସନ୍ତ କୁମାର ବେହେରା, କେ. ଚନ୍ଦ୍ର ଶେଖର ରେଡ୍ଡୀ, ସମ୍ପଦ ନାହାକ, ପଦ୍ମ ଚରଣ ସାହୁ, ଗାଣ୍ଡୁଧର ଗୌଡଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.