ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ଠାରେ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ

add-all

ଛତ୍ରପୁର : କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ରନ୍ଧନ ଗ୍ୟାସର ଦର ବୃଦ୍ଧି ହେଉଥିବାରୁ ଏହା ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସମସ୍ତ ବର୍ଗର ଜନସାଧାରଣ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରନ୍ଧନ ଗ୍ୟାସ ଦର ତୁରନ୍ତ ପ୍ରତ୍ୟାହାର କରିବା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏହାର ପ୍ରତିବାଦ କରାଯିବା ସହ କେନ୍ଦ୍ର ସରକାରଙ୍କ ଜନମାରଣା ନିତୀକୁ କଡା ସମାଲୋଚନା କରାଯାଇଛି । ଏହା ସହିତ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମହିଳା, ଦଳୀୟ ନେତା ଓ କର୍ମୀ ମାନେ ଋଣହୁଙ୍କାର ଦେଇଛନ୍ତି । ଏହି ପ୍ରତିବାଦ ବେଳେ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ନାରୀ ନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ, ଶ୍ରମିକ ନେତା କେଶବ ନାହାକ, ସନ୍ୟାସୀ ପ୍ରଧାନ, ସରସ୍ୱତୀ ପ୍ରଧାନ, ଏନ୍‌. ମୁନା ପାତ୍ର, ଏନ୍‌. ଗିରିଜା ପ୍ରସାଦ ରେଡ୍ଡୀ, ନବୀନ ଗୌଡ, ପୂର୍ଣ୍ଣ ରଥ, ଭାଗିରଥି ପ୍ରଧାନଙ୍କ ସମେତ ବହୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.