ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫାଦାବି ସମ୍ବଳିତ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

add-all

ଆସନ୍ତା ୧୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବ ଡ୍ରାଇଭର ମହାସଂଘ

ଛତ୍ରପୁର : ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା, ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯିବା, ୫୫ ବର୍ଷ ପରେଡ୍ରାଇଭର ମାନଙ୍କୁ ପେନସନ ବାବଦରେ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବା, ଡ୍ରାଇଭର ମାନଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମାରାଶି ଏବଂ ଦୁର୍ଘଟଣାରେ ଆକ୍ରମଣ ହେଲେ ୧୦ ଲକ୍ଷ ଟଙ୍କାର ବୀମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭର ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯିବା, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦିଆଯିବା ସମେତ ୧୦ ଦଫା ଦାବି ନେଇ ଶୁକ୍ରବାର ଓଡିଶା ଡ୍ରାଇଭର ମହାସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆସନ୍ତା ୧୫ ତାରିଖରୁ ସେମାନେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଏହି ଦାବି ପତ୍ର ରେ ସେମାନେ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଓଡିଶା ଡ୍ରାଇଭର ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ବାବୁ ଖାନ୍‌, ସମ୍ପାଦକ ବବୁଲୁ ବିଶ୍ୱାଳ, ଛତ୍ରପୁର ବ୍ଲକ ସଭାପତି ପଂଚୁ ରାଉଳ, ସମ୍ପାଦକ ସମୀର ଦାସ, ଉପସଭାପତି ସୁଶାନ୍ତ ରାଉଳ, କୋଷାଧ୍ୟକ୍ଷ ଅନୀଲ୍ ସାହୁ, ବ୍ରହ୍ମପୁର ସଭାପତି ନାରାୟଣ ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ସଦାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.