ଉତ୍କଳ ଆଲୁମିନାର କ୍ଷୁଦ୍ରପ୍ରକଳ୍ପ ଗୁଡିକୁ ଉଦ୍‌ଘାଟନ କଲେ ରାୟଗଡା ବିଧାୟକ

add-all

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କାରଖାନା ପ୍ରଭାବିତ କାଶିପୁର ବ୍ଲକ ଓ ଥୁରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରୋଜେକ୍ଟ ଉଦ୍ୟମୀ ଦ୍ବାରା ବେରୋଜଗାରୀ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଛୋଟ ବଡ ପ୍ରାୟ ୩୦୦ଟି କ୍ଷୁଦ୍ର ଓ ମଧ୍ୟମ ଧରଣର ପ୍ରକଳ୍ପ ତିଆରି କରିଛି। ଫିନାଇଲ, ଚପଲ, ଫେନସି ଷ୍ଟର, କିରାନା ଦୋକାନ, ହଳଦିଗୁଣ୍ଡ, ଘର ପଛା ମୋପ, ଇଲେକ୍ଟି ରିପାଇରିଙ୍ଗ, ଓ୍ବେଲଣ୍ଡିଙ୍ଗ ଦୋକାନ ମୁଢି ମିଲ ଇତ୍ୟାଦି ଅନେକ ପ୍ରକଳ୍ପ ତିଆରି ହୋଇ ବ୍ୟବସାୟ କରି ସଫଳ ହୋଇଛନ୍ତି । ଠିକ ସେହିପରି ଗତକାଲି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜି ଏମ ଆର ଆଇ ସି ବିକାଶ ଚନ୍ଦ୍ର ବେନ, ଜିଏମ ସିଏସ ଆର ଡଂ ଲପାମୁଦ୍ରା ପ୍ରିୟଦର୍ଶନୀ ମହାପାତ୍ର, ପ୍ରଜେକ୍ଟ ଡାଇରେକ୍ଟର ଉଦ୍ୟମୀ ଡଂ ସୁବ୍ରତ କୁମାର ବିଶ୍ଵାଳ,ମେନେଜର ସିଆର ଏଣ୍ଡ ଏସ ତମ୍ନୟ ମହାନ୍ତି, ସେଣ୍ଟର ଲିଡ ଉଦ୍ୟମୀ କୁସଲ ଚନ୍ଦ୍ର ବେହେରା, ଟିକିରି ଷ୍ଟେଟବ୍ୟାଙ୍କ ମେନେଜର ଦିପକ ରାଜ ଓ ଅନ୍ୟ କର୍ମଚ଼ାରୀ ମାନଙ୍କ ଉପସ୍ଥିତିରେ ଟିକିରି ସ୍ଥିତ ଗୋଟିଏ ଓ୍ବେଲଣ୍ଡିଙ୍ଗ ଦୋକାନ ଓ ବସଷ୍ଟାଣ୍ଡ ନିକଟରେ ଥିବା ମା ତାରାତାରିଣୀ ମୁଢିମିଲକୁ ଉଦଘାଟନ କରିଥିଲେ।ମୂଢିମିଲ ର ମାଲିକ ହୃଷିକେଶ ସାହୁ ପ୍ରଜେକ୍ଟ ଉଦ୍ୟମିର ସହଯୋଗ ଓ ନିଜ ଅକ୍ଳାନ୍ତ ପରିଶ୍ରମ ଏବଂ ଚେଷ୍ଟାରେ ଏହି ପ୍ରକଳ୍ପ ତିଆରି କରିଥିଵାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ad-week
Leave A Reply

Your email address will not be published.