ତମାଖୁମୁକ୍ତ ଅନୁଷ୍ଠାନ ଲାଗି ସଚେତନତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା…

add-all

ମାଲକାନଗିରି (୦୩/୦୩) : ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ଏନ୍.ସି.ଡି. କକ୍ଷ ମାଲକାନଗିରି ପକ୍ଷରୁ ଏକ ତମଖୁମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର୍ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଡ଼. ଦୁର୍ଗା ପ୍ରସାଦ ରାଜ୍ ମହାମାରୀ ବିଶେଷଜ୍ଞ ଏବଂ ଶିବ ସୁନ୍ଦର ପାଣିଗ୍ରାହୀ ଅଣ ସଂକ୍ରମଣ ରୋଗ ପରିଚାଳକ ଯୋଗ ଦେଇଥିବାବେଳେ ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂଯୋଜକ ଡ଼. ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ତମାଖୁ ଠାରୁ ଦୂରେଇ ରହିବେ ସେନେଇ ଆଲୋକପାତ କରିଥିଲେ l ଏଥିସହ ପ୍ରୋଜେକ୍ଟର ମାଧ୍ୟମରେ ତମାଖୁ ବ୍ୟବହାର କରିବା ଦ୍ଵାରା କେଉଁ କେଉଁ ସମସ୍ୟା ଉପୁଜିଥାଏ , ସେ ସମ୍ବର୍ଦ୍ଧରେ ସଚେତନ କରାଯାଇଥିଲା l ଏଥିରେ ମହାବିଦ୍ୟାଳୟର ପରିସରରେ ପାନ, ପୁଡିଆ, ମଦ, ସିଗାରେଟ୍ ଭଳି କୌଣସି ତମାଖୁ ଜାତୀୟ ଦ୍ରବ୍ୟର ବ୍ୟବହାର ନ କରିବା ସହ ଏହାର ୧୦୦ ମିଟର ଦୂରରେ କୌଣସି ତମାଖୁ ବ୍ୟବସାୟ ନ କରିବା ପାଇଁ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟତଃ ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ତମାଖୁ ସେବନ ନ କରିବା ପାଇଁ ଶପଥ ନେଇଥିଲେ l ତମାଖୁ ମୁକ୍ତ ଅନୁଷ୍ଠାନ ଲାଗି ସଚେତନତା ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପାଞ୍ଚଗୋଟି ଗ୍ରୁପ କରାଯାଇ ତମାଖୁ ସମ୍ବର୍ଦ୍ଧିତ ସାଧାରଣଜ୍ଞାନ ପ୍ରତିଯୋଗିତା କରାଯାଇଥିଲା l ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗ୍ରୁପମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ବିଶ୍ବବ୍ୟାଙ୍କ୍ ସହାୟତାରେ ନିର୍ମିତ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା l ସଭାଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମୀୟ କୁମାର୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l

ad-week
Leave A Reply

Your email address will not be published.