
ସୁନ୍ଦରଗଡ଼ : ସ୍ଥାନୀୟ ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନସ୍ଥ ଭବାନୀପୁର୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ଚାମ୍ପିଅନସିପ ଉଦଘାଟିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭ ଉଦଘାଟନ କରିବା ସହିତ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୧୭ଟି ଜିଲ୍ଲାରୁ ହକି ରେ ୧୭ ବର୍ଷ ବର୍ଗ ରେ ୧୯୫ ଜଣ ବାଳକ ଓ ବାଳିକା ବର୍ଗରେ ୧୨୦ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି ସେହିପରି ତୀରନ୍ଦାଜ ପ୍ରତିଯୋଗୀତାରେ ରେ ୧୭ ବର୍ଷ ବର୍ଗରେ ୨୫ ଜଣ ବାଳକ ଓ ୨୭ ଜଣ ବାଳିକା ରହିଛନ୍ତି ଏବଂ ତୀରନ୍ଦାଜ ର ୧୪ ବର୍ଷ ବର୍ଗରେ ୧୯ ବାଳକ ଓ ୧୮ ଜଣ ବାଳିକା ଯୋଗଦାନ କରିଥିଲେ।
ହକିରେ ସେମିଫାଇନାଲକୁ ବାଳକ ବର୍ଗରେ ଦେଓଗଡ, ସମ୍ବଲପୁର, ସୁନ୍ଦରଗଡ଼ ଓ ଢେ଼ଙ୍କାନାଳ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହିପରି ବାଳିକା ବର୍ଗରେ ଦେଓଗଡ, ଅନୁଗୁଳ, ଢେ଼ଙ୍କାନାଳ ଓ ସୁନ୍ଦରଗଡ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ମ୍ୟାଚ ରେ ଗଜପତି , ଗଞ୍ଜାମ ଠାରୁ ୪-୦ରେ , ବରଗଡ କୋରାପୁଟ କୁ ୨-୧ ରେ, ସମ୍ବଲପୁର ବଲାଙ୍ଗୀର କୁ ୨-୦ ରେ , ଢେ଼ଙ୍କାନାଳ ମୟୁରଭଞ୍ଜକୁ ୨-୧ ରେ , ଦେଓଗଡ ବୌଦ୍ଧ କୁ ୩-୦ ରେ , ସୁନ୍ଦରଗଡ଼ ବରଗଡ କୁ ୨-୦ ରେ , ଅନୁଗୁଳ ଗଞ୍ଜାମ କୁ ୨-୦ ରେ ଓ ଢେଙ୍କାନାଳ ଝାରସୁଗୁଡ଼ା ୨-୦ ରେ ହରାଇଥିଲା । ପୁଣି ବାଳିକା ବିଭାଗରେ ଅନୁଗୁଳ ଗଞ୍ଜାମ କୁ ୨-୦ ରେ , ଢେ଼ଙ୍କାନାଳ କନ୍ଧମାଳକୁ ୧-୦ ରେ , ଦେଓଗଡ କୋରାପୁଟ କୁ ୧-୦ ରେ ଓ ସୁନ୍ଦରଗଡ଼ ସମ୍ବଲପୁର କୁ ୯-୦ ରେ ହରେଇ ସେମିଫାଇନାଲ ରେ ପ୍ରବେଶ କରିଛନ୍ତି । ଆସନ୍ତା କାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ତୀରନ୍ଦାଜ ର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗୀତା ଆଜି ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି ଉଦଘାଟନୀ ଉତ୍ସବରେ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଶ୍ରୀ କୈଳାଶ ଚନ୍ଦ୍ର ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୁଲ୍ୟ କୁମାର ପ୍ରଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସଦର ଗୋଷ୍ଠି ଶିକ୍ଷା ଅଧିକାରୀ, ଶ୍ରୀମତୀ ଲାଲିମା ଗ୍ଲୋରିଆ ଡୁଙ୍ଗ ଡୁଙ୍ଗ ,କୁତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀ ଗୁରୁଚରଣ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଜିତ ମାହାନ୍ତ, ଢେଙ୍କାନାଳ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଜ୍ୟୋତି ପ୍ରସାଦ ପରିଡା , ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ହୀରା ମଣି ମିଞ୍ଜ ଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା କୋଚ୍ ମ୍ୟାନେଜର ,କେନ୍ଦ୍ରୀୟ କାର୍ଯ୍ୟାଳୟ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଦେଇଥିଲେ ।