
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ ସ୍ଥାନୀୟ ଏଜେଓ ହାଇ ସ୍କୁଲ ପଢିଆରେ ୪୨ତମ ପୁସ୍ତକ ମେଳା ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦଶ ଦିନ ବ୍ୟାପୀ ଏହି ମେଳାରେ ଉଦଘାଟନ ଉତ୍ସବରେ ଓଡିଶା ଯୋଜନା ବୋର୍ଡ଼ର ସଦସ୍ୟ ତଥା ବିଶିଷ୍ଠ କବି ପ୍ରସନ୍ନ ପାଟଶାଣୀ ଯୋଗଦେଇ ରାଜନେତା ନୁହେଁ – ସାହିତ୍ୟିକ ଚାହିଁଲେ ଗୋଟେ ସମାଜକୁ ଦିଗଦର୍ଶନ ଦେଇପାରିବ ବୋଲି ମତ ଦେଇଥିଲା ବେଳେ ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଶିକ୍ଷାବିତ ପଞ୍ଚାନନ କାନୁନଗୋ ଯୋଗଦେଇ ଲେଖକ ପାଠକ ଓ ପ୍ରକାଶକ ସାହିତ୍ୟର ସ୍ବର୍ଣ୍ଣ ତ୍ରିଭୁଜର ତିନୋଟି ବିନ୍ଦୁ ଅଟେ l ଏହିମାନେ ମିଳିତ ହେଲେ ସାହିତ୍ୟର ଉନ୍ନତି ହୋଇପାରିବ l ଅନ୍ୟତମ ବରେଣ୍ୟ ଅତିଥି ବିଧାୟକ ଅଙ୍ଗଦ କାହଁର ଯୋଗଦେଇ ପୁସ୍ତକ ମେଳାର ସଫଳତା କାମନା କରିଥିଲା ବେଳେକନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶାନ୍ତି ଶୃଙ୍ଖଳା ସହ ଜିଲ୍ଲା ବାସୀ ଏହାକୁ ଉପଭୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ l ସଭାପତି ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବନବିହାରୀ ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ହରପ୍ରିୟା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l କୋମଳ ଗାନ୍ଧାର ଅନୁଷ୍ଠାନ ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ମଞ୍ଚ ସଂଯୋଜନା କରିଥିଲେ l ଏହି ଅବସରରେ ବାର୍ଷିକ ମୁଖପାତ୍ର ଈପସିତା ଓ ସ୍ବର୍ଗତ କିଶୋର ପଟ୍ଟନାୟକ ଏବଂ ସ୍ବର୍ଗତ ବାଇଡଙ୍କ ଦାସ ସ୍ମୃତିରେ ପୁସ୍ତକ ସ୍ମୃତିରେ ସ୍ମୃତିରେ ଉନ୍ମ୍ମୋଚିତ ହୋଇଥିଲା | ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳଙ୍କ ରଚିତ କମଳାପାଣ୍ଡେଙ୍କ ଆତ୍ମଜୀବନୀ କନ୍ଧମାଳର କମଳା ପାଣ୍ଡେ ସହ ବୈଜୟନ୍ତୀବାଳା ମହାପାତ୍ରଙ୍କ ହୃଦୟର ଜଣାଣ ଓ ମୋହନ ଦିଗାଲଙ୍କ ବଣମଲ୍ଲୀ ପୁସ୍ତକ ଉନ୍ମୋଚନ ହୋଇଥିଲା l କବି ଅଜୟ ପଟ୍ଟନାୟକଙ୍କୁ ମନୀନ୍ଦ୍ର ରାଉତ ସ୍ମୃତି ସମ୍ମାନ, ବାଲିଗୁଡାର କୈଳାଶ ଚନ୍ଦ୍ର ବେହରାଙ୍କୁ କିଶୋର ପଟ୍ଟନାୟକ ସ୍ମୃତି ସମ୍ମାନ, ଡ଼ଃ ଚିତ୍ତରଞ୍ଜନ ମହାପାତ୍ର ଙ୍କୁ କୁମୁଦ ମଲ୍ଲିକ ସ୍ମୃତି ସମ୍ମାନ ଏବଂ ପ୍ରଦୀପ ମହାପାତ୍ର ଙ୍କୁ ତ୍ରିଲୋଚନ କହଁର ସ୍ମୃତି ସମ୍ମାନ ପ୍ରଦାନ କରଯାଇଥିଲା l ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା, ଉପସଭାପତି ବିଜୟ ମହାନ୍ତି, ଅଶୋକ ମିଶ୍ର,ସଦାଶିବ ପାତ୍ର, ସହସମ୍ପାଦକ ଜ୍ୟୋତିର୍ମୟୀ କାହଁର, ବି କେ କମଲ, ଡ଼ଃ ଚିତ୍ତରଞ୍ଜନ ମିଶ୍ର , ଅସିତ ନନ୍ଦ, ଗୋପୀନାଥ ରାଉତ,କୁନ୍ଦନ ସିଂ, ଡଃ. ନୃସିଂହାନନ୍ଦ ମହାପାତ୍ର, ଦୁର୍ଯୋଧନ ପ୍ରଧାନ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଏହି ଅବସରରେ କବି ପ୍ରସନ୍ନ ପାଟଶାଣୀ ଓ ଅନ୍ୟାନ୍ୟ ଅତିଥିମାନେ କମଳା ପ୍ରକାଶିନୀକୁ ଲୋକାର୍ପଣ କରିଥିଲେ l ଏଥିରେ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ଅଶୋକ ମହାନ୍ତିଙ୍କୁ କବି ପାଟ୍ଟଶାଣୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l