ବିଶ୍ଵନାଥ ଦାଶଙ୍କ ୧୩୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା…

add-all

ବ୍ରହ୍ମପୁର (୦୪/୦୩) : ବିଶ୍ୱନାଥ ଦାଶ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କୁଇନ୍ ଅଫ ଦି ମିଶନ ପରିସରରେ ପ୍ରାକ୍ତନ ପ୍ରାଧ୍ୟାପକ ରମେଶ ଚରଣ ତ୍ରିପାଠୀ ଙ୍କ ସଭାପତିତ୍ବ ଓ ସମ୍ପାଦକ ଡ଼ ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଏକ ପ୍ରାରମ୍ଭିକ ସ୍ମୃତି ଚାରଣ ସଭା ସହ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ବକ୍ତା ଶ୍ରୀ ହରେକୃଷ୍ଣ ପଣ୍ଡା ବିଶ୍ଵନାଥ ଦାଶ ଙ୍କ ଆଦର୍ଶ ଓ ଗୁଣା ବଳୀ ଆଲୋଚନା କରି ଥିଲା ବେଳେ ଅନ୍ୟତମ ଆଲୋଚକ ଡ଼, ପ୍ରଫୁଲ୍ଲ କୁମାର ମହାନ୍ତି,ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଡ଼,ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ବିଶ୍ବନାଥ ଦାସ ଙ୍କ ଦେଶ ପ୍ରେମ ଓ ଜୀବନାଦର୍ଶ ର ବିବିଧ ଘଟଣାବଳୀ ଉପରେ ଆଲୋଚନା କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ରେ ବ୍ରହ୍ମପୁର ସହରରେ ଥିବା ବିବିଧ ଉଚ୍ଚବିଦ୍ୟାଳୟ ରୁ ଆସିଥିବା ବିଦ୍ୟାର୍ଥୀମାନଙ୍କ ମଧ୍ଯ ରେ ବକ୍ତୃତା ଓ ନୀତି ଶ୍ଲୋକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ପ୍ରତିଯୋଗିତାର ବିଚାରକ ଭାବେ ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଶଙ୍କର୍ଷଣ ପାତ୍ର, ଲଡ଼ୁ କେଶ ମିଶ୍ର, ବିଜୟ କୁମାର୍ ମହାନ୍ତି, ସି ମାଞ୍ଚଳ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳା ରେ ସହଯୋଗ କରିଥିଲେ ବିଶ୍ଵନାଥ ଦାଶ ଙ୍କ ନାତି ଶ୍ରୀକାନ୍ତ ଦାଶ, ରମାରମଣ ପ୍ରହରାଜ, ବାବୁଲା ପାତ୍ର ଶେଷରେ ଶ୍ରୀକାନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ରାଜ୍ୟ ସ୍ତରୀୟ ବିଶ୍ଵନାଥ ଦାସ ଜୟନ୍ତୀ ପାଳନ ଅବସରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିବେ ବୋଲି ଅନୁଷ୍ଠାନ ର ଆବାହକ ବ୍ରହ୍ମପୁର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.