
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବିପୁଳିଙ୍ଗି ଗ୍ରାମ ବଡସାହିର ସୁପ୍ରଭା ଚୌଧୂରୀ (୫୧) ନାମକ ଜଣେ ମହିଳାଙ୍କୁ ଗଳାକାଟି ନିିର୍ମମ ଭାବେ ହତ୍ୟା ଘଟଣାର ପୁଲିସ ଖୁଲାସା କରିଛି । ଘଟଣା ସଂପର୍କରେ ଏତଲାକାରୀ ସ୍ୱାମୀ ରାଧାଶ୍ୟାମ ଚୌଧୂରୀ ହିଁ ହତ୍ୟାକାରୀ ବୋଲି ହସ୍ତଗତ ହୋଇଥିବା ତଥ୍ୟ ପ୍ରମାଣରୁ ଜଣାପଡିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ହତ୍ୟା ଘଟଣା ପରେ ପୁଲିସ ପାରିପାର୍ଶ୍ଵିକ ସ୍ଥିତି ଓ ଫରେନ୍ସି ବୈଷୟିକ ଟିମ୍ର ଅନୁଧ୍ୟାନରୁ ସୁପ୍ରଭାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ବିଭିନ୍ନ ଦିଗରୁ ପ୍ରମାଣ ହତଗତ ହୋଇଛି । ଏହିପରିକି ଅଭିଯୁକ୍ତ ରାଧାଶ୍ୟାମ ଉସୁକାଇବା କାରଣରୁ ମୃତ ସୁପ୍ରଭାଙ୍କ ସାନପୁଅ ଦେବାଶିଷ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା । ମୃତ ମାଆ ସୁପ୍ରଭାଙ୍କ ହତ୍ୟାକାରୀ ନିଜେ ତାଙ୍କ ବାପା ବୋଲି କିଛି ତଥ୍ୟରୁ ଦେବାଶିଷ ଜାଣିପାରିଥିଲେ । ଏହାକୁ ନେଇ ଦେବାଶିଷ ଅନ୍ୟ ଭାଇମାନଙ୍କୁ ଏବିଷୟରେ ଜଣାଇବା ପରେ ଘରେ ଭିତରେ ଏକ ଆଲୋଚନା ହୋଇଥିଲା । ଅଭିଯୁକ୍ତ ନିଜ ବାପାକୁ କୁଆଡେ କହିଥିଲେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ । ଅଭିଯୁକ୍ତ ବାପା ରାଧାଶ୍ୟାମ ରାଜି ହୋଇନଥିଲେ । ନହେଲେ ମୁ ଆତ୍ମହତ୍ୟା କରିବି ବୋଲି ବାବାକୁ ଦେବାଶିଷ କହଥିଲେ । ଅଭିଯୁକ୍ତ ବାପା ତୁ ଆତ୍ମହତ୍ୟା କରିଲେ କରେ କିନ୍ତୁ ମୁଁ ପୁଲିସ ଆଗରେ ଆତ୍ମସମର୍ପଣ କରିବି ନାହିଁ ବୋଲି ରୋକଠୋକ୍ ପୁଅକୁ ଜଣାଇଥିଲା । ସତକୁ ସତ ଦେବାଶିଷ ଗତ ୨୮ ତାରିଖରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିଲା । ଏହାକୁ ସହ୍ୟ ନ କରି ଅଭିଯୁକ୍ତ ରାଧାଶ୍ୟାମଙ୍କ ମଝିଆ ପୁଅ ଆଶିଷ ଚୌଧୂରୀ ବାପାଙ୍କ ବିରୋଧରେ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା । ଏହାପରେ ପୂର୍ବରୁ ସୁପ୍ରଭାଙ୍କ ହତ୍ୟାକୁ ନେଇ ଅଭିଯୁକ୍ତ ରାଧାଶ୍ୟାମଙ୍କ ଉପରେ ଯେଉଁ ସନ୍ଦେହ ତଥା ତଥ୍ୟ ପ୍ରମାଣ ଯୋଗାଡ କରୁଥିଲା ମଝିଆ ପୁଅ ଆଶିଷଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ରାଧାଶ୍ୟାମକୁ ଗିରଫ କରି କୋର୍ଟ ଚାଲଣ କରିଛି । ଏହି ହତ୍ୟା ଘଟଣା ଛାନ୍ଭିନ ତଥା ତଦନ୍ତ ଜାରି ରହିଛି । ଘଟଣାର ତଦନ୍ତ ଅଧିକାରୀ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ରହିଛନ୍ତି । ଏହି ହତ୍ୟା ଘଟଣା ପଛରେ ଆହୁରି ବହୁତ କିଛି ତଥ୍ୟ ପ୍ରମାଣ ହସ୍ତଗତ ହୋଇଛି ତଦନ୍ତରେ ବାଧା ଉପୁଜିବ ବୋଲି ବର୍ତ୍ତମାନ ଖୁଲାସ କରାଯାଉ ନାହିଁ । ଅଭିଯୁକ୍ତ ରାଧାଶ୍ୟାମକୁ ପୁଲିସ ରିମାଣ୍ଡରେ ଆଣି ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ଛାନଭିନ୍ କଲେ ହତ୍ୟାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଜି ସନ୍ଧ୍ୟାରେ ଛତ୍ରପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଧିକ ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍ ସୂଚନା ଦେଇଛନ୍ତି ।