ବରିଷ୍ଠ ନାଗରିକ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ

add-all

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏଥିରେ ସଭାପତି ଭାବେ ବରିଷ୍ଠ ସମାଜସେବୀ ତଥା ପୂର୍ବତନ ନଗରପାଳ କମଳାକାନ୍ତ ପାଣ୍ଡେ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ନବକିଶୋର ରଥ, ଇଂ. କେ. ଜ୍ଞାନ କୁମାର ଦୋରା, ସାଧାରଣ ସମ୍ପାଦକ ଭାବେ ପ୍ରଣବ ମଣ୍ଡଳ, ସଂଗଠକ ସମ୍ପାଦକ ରାଜ କିଶୋର ପାଢ଼ୀ, ଯୁଗ୍ମ ସମ୍ପାଦକ ବଂଶୀଧର ପଣ୍ଡା, କୋଷାଧ୍ୟକ୍ଷ ପି.ରଘୁନନ୍ଦନ ପାତ୍ର,ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି ସେହିପରି କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ବିକାଶ ମହାନ୍ତି, ପ୍ରମୋଦ ପତି, ଦିଗାମ୍ବର ମହାପାତ୍ର, ସୁରେନ୍ଦ୍ର ପାଢ଼ୀ, ଭୀମରାଜ ନାୟକ, ମଧୁସୂଦନ ସାହୁ, ପଂଚାନନ କହଁର, ଶ୍ରୀମତୀ ମଞ୍ଜୁଳା ପାଣିଗ୍ରାହୀ, ମନୋନୀତ ହୋଇଛନ୍ତି । ପରିଚାଳନା ସଂସ୍ଥାପକ ଭାବେ ନବୀନ କିଶୋର ପଣ୍ଡା, ଡଃ. ଅରୂପ ଜେନା, ଅନନ୍ତ ମିଶ୍ର ମନୋନୀତ ହୋଇଥିବା ବେଳେ ପରାମର୍ଶ ଦାତା ଭାବେ ବରିଷ୍ଠ ଆଇନଜୀବୀ ଭି . ଭି ରାମ ଦାସ, ବିଜୟ ମହାନ୍ତି, ଅଶୋକ ପରିଡା, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ନାରାୟଣ ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଛି । ଆଇନଜୀବୀ ଭି ଭି ରାମଦାସ, ବିରଜା ପ୍ରସାଦ ନାହାକ, ବିଜୟ ମହାନ୍ତି ପ୍ରମୁଖ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିଥିଲେ ।ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ସମସ୍ୟା ସମାଧାନ ପାଇଁ ସଙ୍ଘ ଉଦ୍ୟମ କରିବ ବୋଲି ନବ ନିର୍ବାଚିତ ସଭାପତି କମଳାକାନ୍ତ ପାଣ୍ଡେ କହିଛନ୍ତି l

ad-week
Leave A Reply

Your email address will not be published.