ଦୁର୍ନୀତି ରେ ଉବୁଟୁବୁ କୁଆଁରମୁଣ୍ଡା ରାଜସ୍ବ ନିରକ୍ଷକ କାର୍ଯ୍ୟାଳୟ..!

add-all

ଧୂତରାଷ୍ଟ୍ର ସାଜିଛନ୍ତି ତହସିଲଦାର…!

କୁଆଁରମୁଣ୍ଡା– ରାଜ୍ଯର ଜନସାଧାରଣଙ୍କ ସୁଭିଧା ନିମନ୍ତେ ସମସ୍ତ ତହସିଲ ରେ ଅନଲାଇନର ସୁବିଧା ସୁଯୋଗ ସରକାର ସୃଷ୍ଟି କରିଛନ୍ତି । କିନ୍ତ ପରିତାପର ବିଷୟ ଏଠାକାର
ରାଜସ୍ବ ନିରୀକ୍ଷକ କାର୍ଯ୍ଯାଳୟର କାମ ସଂପୂର୍ଣ୍ଣ ଓଲଟା କହିଲେ କିଛି ଭୁଲ ହେବ ନାହିଁ କୁଆଁରମୁଣ୍ଡା ଅଞ୍ଚଳ ର ପ୍ରକୃତ ରାଜସ୍ବ ନିରକ୍ଷକ କିଏ…? ତାହାବି ଏକ ପ୍ରଶ୍ନ ବାଚୀ ଦୂରଦୁରାନ୍ତ ରୁ ଲୋକ ମାନେ ଆସି ନାନା ପ୍ରକାର ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସ୍ଥାନୀୟ ତହସିଲଦାର ଙ୍କୁ ଅଭିଯୋଗ କରାଯାଉଥିବା ନଜର କୁ ଆସିଛି ତଥାପି ତହସିଲଦାର ମହାଶୟ ଚୁପ ରହିବା କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ସୂଚନା ଥାଉକି ଆଜି କାଲି ସରକାର ଲୋକଙ୍କ ସୁଭିଧା ପାଇଁ ଅନଲାଇନ ରେ ଜାତି ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଜମି ରେଜିଷ୍ଟ୍ରେସନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ତାହା ଏଠାରେ ଓଲଟା ପରିଲିକ୍ଷିତ ହେଉଛି ସାମାନ୍ୟ କାମ ପାଇଁ ହାତ ଗୁଞ୍ଜଣା ନଦେଲେ କୌଣସି କାମ ହେଉ ନଥିବା କୁ ନେଇ ଅଭିଯୋଗ ହେଉଛି l ଯାହାଦ୍ୱାରା ଲୋକ ମାନେ ନାନା ଅସୁବିଧା ର ସମୂଖୀନ ହେବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ଜଣେ ମହିଳା କିରାଣୀ ଲୋକ ମାନଙ୍କ କାମ ନକରି ସେମାନଙ୍କୁ ଦୁର୍ବ୍ଯବହାର ଦେଖାଉ ଥିବାକୁ ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିବା ସତ୍ୟେ ମଧ୍ୟ କୌଣସି ସୁଫଳ ମିଳିପାରିନି। ଫଳରେ ରାଜସ୍ଵ ନିରୀକ୍ଷକ ଠାରୁ ଆରମ୍ଭ କରି କିରାଣୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମନମୁଖୀ କାର୍ଯ୍ଯ କରୁଛନ୍ତି। ଜଣେ ମହିଳା ରାଜସ୍ଵ ନିରୀକ୍ଷକ ନାମରେ ଗୁଡ଼ାଏ ଦୁର୍ନୀତି କୁ ନେଇ ଅଭିଯୋଗ ଥିଲେ ମଧ୍ୟ ତାଙ୍କୁ ବିରୋଧ ରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି l ରାଜସ୍ବ ନିରକ୍ଷକ ଓ ତହସିଲଦାର ଙ୍କ ମଧୁ ଚନ୍ଦ୍ରିକା ରେ ରାଜସ୍ବ କ୍ଷତି ହେହୁଛି ସରକାରଙ୍କ କିନ୍ତୁ ବାବୁ ମାନଙ୍କ ରାଜସ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହାର ସାରଥୀ ବନିଛନ୍ତି ଖୋଦ ରାଜସ୍ବ ନିରକ୍ଷକ ମାନେ, ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହିତ କୁଆଁରମୁଣ୍ଡା ତହସିଲ କୁ ଯଦି ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଯାଇ ତଦନ୍ତ କରାଯାଏ ତେବେ ସରକାରଙ୍କ ରାଜସ୍ବ କ୍ଷତି ରୋକା ଯିବା ସହିତ ଲୋକମାନଙ୍କ ମୌଳିକ ସୁଭିଧା ହୋଇ ପାରନ୍ତା ବୋଲି ଅଞ୍ଚଳର ବୁଦ୍ଧି ଜୀବି ତଥା ସାଧାରଣ ରେ ଅଭିଯୋଗ ହେଉଛି


ad-week
Leave A Reply

Your email address will not be published.