ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ…

add-all


ଫୁଲବାଣୀ : ସେବା ଓ ସ୍ୱାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ । ସେ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ସାମଗ୍ରିକ ବିକାଶପଥରେ ଆଗେଇ ନେବାପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ବରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ କରାଯାଇଛି l ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ସେଠୀଙ୍କ ପରିଚାଳନାରେ ଶତାଧିକ ଯୁବ କର୍ମୀ ଜଗନ୍ନାଥ ମନ୍ଦିର ଠାରୁ ପ୍ରଦକ୍ଷିଣ ଗୃହ ଛକ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ସଭାପତି ଓ ଜିଲ୍ଳା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସମେତ ସମସ୍ତ ଦଳୀୟକର୍ମୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ସେହିପରି କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ମହିଳା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ଵରେ ମୁଖ୍ୟ ଚିକିତ୍ସାଳୟ ଏବଂ ବାଳାଶ୍ରମ ଠାରେ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇ ଥିଲା l ଅପରାହ୍ଣରେ ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆ ଠାରେ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା l ଏହି ସଭା ସମାରୋହରେ ଜିଲ୍ଲା ସଭାପତି ଶ୍ରୀ କର୍ଣ୍ଣ ଆମ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ସ୍ଵପ୍ନର ଓଡିଶାକୁ ବିକାଶ ଶୀର୍ଷରେ ପଂଚାଇବା ଲକ୍ଷ୍ୟ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରି ରହିବ ।ଗାଁରବିକାଶ ଆମ ପାଇଁ ସବୁଠାରୁ ବଡ ପୁରସ୍କାର । ଗାଁ କଚ୍ଚା ଘର ପକ୍କା ହେଉଛି, ପାଣି, ବିଜୁଳି ରେ ଘର ଉଜ୍ଜ୍ୱଳ ଦିଶୁଛି । ସେତେବେଳେ ତା ମୁହଁରେ ହସ ଆସୁଛି । ଏହା ଆମ ପାଇଁ ବଡ଼ ପୁରସ୍କାର ବୋଲି କହିଛନ୍ତି ତେଣୁ ଆଜି ଆମେ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଛେ କରିବା ମଧ୍ଯ ।ସେହିପରି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୁ ବାବୁଙ୍କ ଗୁଣ ଆଦର୍ଶ ଆଚରଣ ବର୍ଣ୍ଣନା କରିବା ସହିତ ମାଆ ଯେବେ ପଂଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି । ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ହେଉଛି ବୋଲି ମଧ୍ୟ କହିଥିଲେ l
ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୁନମ କହଁର, ଚିନ୍ତାମଣି ଦାଶ, ନଗର ସଭାପତି ବିମଳେନ୍ଦୁ ପାଢ଼ୀ,ସାଧାରଣ ସମ୍ପାଦକ କମଳ ବେହେରା,ବିରୂପାକ୍ଷ ପଣ୍ଡା, ପ୍ରଦୀପ ମହାନ୍ତି, ଦେବେନ୍ଦ୍ର କୁମାର ନାୟକ, ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର କହଁର,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଏମ ଡି ୟାସିନ ବେଗ, ଅସୀମ ପ୍ରହରାଜ, ଗୌରୀ ଶଙ୍କର ବେହେରା, କାର୍ଯ୍ୟକାରୀ ସଭାପତି ସୁଧୀର କହଁର,
ଜିଲ୍ଲା, ବ୍ଲକ, ନଗର କର୍ମକର୍ତ୍ତା, ଛାମୁଆ ସଂଗଠନର ଜିଲ୍ଲା ସଭାପତି ବୃନ୍ଦ, ଦଳୀୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଙ୍କ ସହ (ଡିଜିଟାଲ ଓ ମିଡିଆ)ବିଜୁ ଜନତା ଦଳ କନ୍ଧମାଳର ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ପାଢ଼ୀ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.