ବ୍ରହ୍ମପୁରରେ ଶିଳ୍ପତାଲିମ ପ୍ରତିଷ୍ଠାନରେ ବିଜୁ ପଟ୍ଟନାୟଙ୍କ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଉନ୍ମୋଚିତ

add-all

ବ୍ରହ୍ମପୁର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅସରରେ ବ୍ରହ୍ମପୁର ଶିଳ୍ପତାଲିମ ପ୍ରତିଷ୍ଠାନରେ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ୧୦ଫୁଟ ଉଚ୍ଚତା ବିଶିଷ୍ଟ ଆଇଟିଆଇ ଛାତ୍ରମାନଙ୍କ ଦ୍ଵାରା ନିର୍ମିତ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ ହୋଇଛି।
ଏହି ଅବସରେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡ଼ଃ ଗୋପବନ୍ଧୁ ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ବିଜେଡି ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ, କର୍ମକର୍ତ୍ତା ଓ ପୌର କର୍ପୋରେଟର ମାନେ ଯୋଗ ଦେଇ ଦିବଙ୍ଗତ ନେତା ବିଜୁ ବାବୁଙ୍କ ଗୁଣାବଳୀ ଗାନ କରିଥିଲେ।

ad-week
Leave A Reply

Your email address will not be published.