ଦାବୀ ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ…

add-all

ଛତ୍ରପୁର : ସ୍ଥାନୀୟ ଲକ୍ଷ୍ମଣଭବନ ଠାରେ ରାଜ୍ୟ ସଂଘର ଡ଼ାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ସଂଘର ସମ୍ପାଦକ ମନୋଜ ତ୍ରିପାଠୀ ସଭାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ l ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ନୂତନ ଏନପିଏସ ଶିକ୍ଷକଶିକ୍ଷୟତ୍ରୀ ଙ୍କ ୬ ବର୍ଷ ର ଠିକା କର୍ଯ୍ୟକାଳ କୁ ମୂଳ ଚାକିରୀରେ ଗଣନା କରି ଛଅ ଗୋଟି ଇନଷ୍ଟାଲ ଇଙ୍କ୍ରିମେଣ୍ଟ ପ୍ରଦାନ କରିବା ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପେନସନ ପ୍ରଦାନ ଭଳି ଦାବୀ ରହିଛି । ପ୍ରାଥମିକ ଶିକ୍ଷକ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିବା ସହ ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏବଂ କନିଷ୍ଠ ଶିକ୍ଷକ ସଂଘ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତି ହୋଇଥିଲା । ଏହି ବୈଠକରେ ଛତ୍ରପୁର ଏଲିମେଣ୍ଟାରୀ ଶିକ୍ଷକ ଲକ୍ଷ୍ମୀ ନାରାୟଣ ବେହେରା, ପଞ୍ଚାନନ ରଥ, ରବିନାରାୟଣ ବେହେରା, ସୁବୋଧ ରାଉତ, ସିଏଚ କିରଣ କୁମାର, ଦିଲ୍ଲୀପ ପଲେଇ, ପିତାମ୍ବର ବେହେରା, ମାଗୁଣି ଶତପଥି, ବିଭୁଦତ ଶତପଥି, ଶିବଶଙ୍କର ଗୌଡ଼, ପ୍ରଦୀପ ପଲେଇ, ଲିଙ୍ଗରାଜ ସ୍ବାଇଁଙ୍କ ସମେତ ସମସ୍ତ କ୍ଲଷ୍ଟର କୋଡ଼ିନେଟର ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.