ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ବିଜୁବାବୁଙ୍କ ୧୦୭ ତମଜନ୍ମ ଜୟନ୍ତୀ ମହା ସମାହାରରେ ପାଳିତ

ଛତ୍ରପୁର : ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରବିବାର ପ୍ରବାଦ ପୁରୁଷ ଓଡ଼ିଶା ର ଜନନାୟକ ବିଜୁ ପଟ୍ଟନାୟକ ୧୦୭ ତମ ଜନ୍ମ ଜୟନ୍ତୀ ମହା ସମାହାର ରେ ପାଳିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ର ଙ୍କ ନେତୃତରେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା,ଏହି ଅବସର ରେ ଛତ୍ରପୁର ବିଜେଡି ନଗର ସଭାପତି ବି ରାଜୁବାବୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଯୁବ ନେତା କାହୁଁ ଚରଣ ବେହେରା, ଯୁବ ଆଇନଜୀବି ସିମାଞ୍ଚଳ ମହାପାତ୍ର, ଅବସର ପ୍ରାପ୍ତ ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଓ ସମ୍ପାଦିକା ଝିଲିବାଳ ରାଉତ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ l

ad-week
Leave A Reply

Your email address will not be published.