ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକଙ୍କ ଆନ୍ଦୋଳନ..

add-all

ଦାରିଙ୍ଗବାଡ଼ି ,୬/୩ : ଆଜି ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକମାନେ କଳାବ୍ୟାଜ ପରିଧାନ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦର ଶୁଭାରମ୍ଭ କରିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନକୁ ତିନି ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ମାନଙ୍କ ପ୍ରତି ଅଣଦେଖା କରାଯାଇ ସେମାନଙ୍କ ବିଭିନ୍ନ ଦାବିଗୁଡ଼ିକ ପୂରଣ କରାଯାଇନି। ଏହାକୁ ନେଇ ସଂଘ ନିଷ୍ପତ୍ତି ପ୍ରକାରେ କଳା ବ୍ୟାଚ ପରିଧାନ କରି ଏହାର ପ୍ରତିବାଦ କରାଯାଉଛି। ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ କୈଳାସ ପ୍ରଧାନ , ସମ୍ପାଦକ ଶ୍ରୀ ରମେଶ ପ୍ରଧାନ ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଉଅଛି। ଏଥିରେ ସଂଘର କୋଷାଧ୍ୟକ୍ଷ ରଜତ ସିଂ ଓ ସାଙ୍ଗଠନିକ ସମ୍ପାଦକ ସଂଜୀବ କୁମାର ପ୍ରଧାନଙ୍କ ସମେତ ଶିକ୍ଷକ ବ୍ରଜ କିଶୋର ସିଂ, ରାଣାପ୍ରତାପ ଦିଗାଲ, ସୁଶାନ୍ତ ନାୟକ,ଜ୍ୟୋତିରାଜ ପ୍ରଧାନ,ମାନସ ରଞ୍ଜନ ସୁଆଲ ସିଂ,ନିହାର ରଞ୍ଜନ ସାହୁ,ସରୋଜ ନାୟକ,ରମେଶ ପ୍ରଧାନ,ଭାବଗ୍ରାହୀ ସାହୁ,ପୁଷ୍ପାଞ୍ଜଳି ନାୟକ,ବିମଳା କୁମାରୀ ଦେବୀ,ସରଶିଳା ପ୍ରଧାନ, ସବିତା ନାୟକ, ରତ୍ନାବତୀ ପ୍ରଧାନ, ମଧୁସ୍ମିତା ପ୍ରଧାନ, ପୂର୍ଣ୍ଣି ଚନ୍ଦ୍ର ସିଆଲ, ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.