
ଦାରିଙ୍ଗବାଡ଼ି (୬/୩) : ପୂର୍ତ୍ତ ବିଭାଗ ଦ୍ୱାରା ନୂତନ ଭାବେ ନିର୍ମାଣ ହୋଇଥିବା ମାଆ ଗୃହ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜି . ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ଜିଲ୍ଲା ପ୍ରକଳ୍ପ ପରିଚାଳକ ଜାତୀୟ ସ୍ୱାସ୍ଥ୍ୟ ମିଶନ ମନୋରଞ୍ଜନ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ , ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ସରପଞ୍ଚ ଗଙ୍ଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ ସମେତ ଅନ୍ୟ ମାନେ ରହିଥିଲେ। ଆଶା ଦିଦି, ଏଏନଏମ୍ , ନର୍ସ , ମାଆ ଗୃହ ପରିଚାଳକ ସମସ୍ତ ଷ୍ଟାଫ ଓ ଜାଗୃତି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।