ବେକରେ ଦଉଡ଼ି ଦେଇ ଯୁବତୀଙ୍କ ଆତ୍ମହତ୍ୟା

add-all

ଦାରିଙ୍ଗବାଡ଼ି, ୬/୩ : ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ କିସୁବାଡ଼ି ଗ୍ରାମର ଜଣେ ଯୁବତୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ହେଲେ କିସୁବାଡ଼ି ଗ୍ରାମର ପିତର ପ୍ରଧାନ ଙ୍କ ସ୍ତ୍ରୀ ଆନ୍ନା ପ୍ରଧାନ (୨୯) । ସୂଚନା ପ୍ରକାରେ ଘରୋଇ କଳହରୁ ନିଜେ ବିରକ୍ତି ପ୍ରକାଶ କରି ଗାଁ ନିକଟରେଥିବା ଏକ ଜଙ୍ଗଲକୁ ଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଛି । ଗତ କାଲି ଦିନ ତିନିଟା ରୁ ଘରୁ କୁଆଡ଼େ ଚାଲି ଯାଇଥିଲା। ହେଲେ ତାଙ୍କ ଘର ଲୋକ ରବିବାର ଠାରୁ ଖୋଜାଖୋଜି କରି ସୋମବାର ସକାଳ ତାଙ୍କୁ ଏକ ଜଙ୍ଗଲରେ ଝୁଲିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏହାକୁ ନେଇ ପୋଲିସ ଅପମୃତ୍ୟୁ ମାମଲା ୩/୨୩ ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଶବକୁ ଜବତ କରି ଶବ ବ୍ୟବଛେଦ କରାଇବା ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣା କୁ ନେଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏଏସଆଇ ପି ସିର୍ନିବାସ ରାଓ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.