କନ୍ଧମାଳ ଜିଲ୍ଲାର ୨ ଜଣ ଭିନ୍ନକ୍ଷମ ଯୁବକ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ଚମ୍ପିୟାନ୍

add-all

ଫୁଲବାଣୀ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ୨୦୨୩ରେ କ୍ରୀଡ଼ା ଓ ଯୁବ ସେବା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଜଣ ଭିନ୍ନକ୍ଷମ ଯୁବକ ଯୁବତୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ଅନିଲ କୁମାର ପରିଡ଼ା ଜବଲିଙ୍ଗରେ ଗୋଲ୍ଡ , ଡିସ୍କସରେ ସିଲଭର ଏବଂ ସଟ୍ ପୁଟ୍ ରେ ଗୋଲ୍ଡ ପଦକ ହାସଲ କରିଛନ୍ତି l ସେହିପରି ଦାରିଙ୍ଗିବାଡ଼ିର ନିଖିଲେସ ପ୍ରଧାନ ୧୦୦ ମିଟର ଦୌଡ଼ରେ ଗୋଲ୍ଡ ଏବଂ ୪୦୦ ମିଟର ଦୌଡ଼ରେ ସିଲଭର ପଦକ ପାଇ କନ୍ଧମାଳ ଜିଲ୍ଲାକୁ ଗୌରବ ଆଣିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଆୟୋଜିତ ହେଇଥିବା ୨୦୨୩ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ କ୍ରୀଡ଼ା ପ୍ରତିଯୋଗିତାରେ ରାଜ୍ୟରୁ ଅନେକ ଭିନ୍ନକ୍ଷମ ଯୁବକ ଯୁବତୀ ଭାଗ ନେବାପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ l ସେଇ ନିର୍ଦ୍ଦେଶ ଅନୁସାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି ଏବଂ ଫୁଲବାଣୀ ସଦର ମହୁକୁମା ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ସେଠଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରୁ ୫ଜଣ ଭିନ୍ନକ୍ଷମ ଯୁବକ ଯୁବତୀ ଏହି ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ ଦୁଇ ଜଣ ଯୁବକ କନ୍ଧମାଳ ଜିଲ୍ଲାକୁ ଗୌରବ ଆଣିଥିବାରୁ ତାଙ୍କୁ ଜିଲ୍ଲା ତରଫରୁ ସ୍ୱାଗତ ଓ ଶୁଭେଚ୍ଛା ଜଣେଇ ଥିବାବେଳେ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚମ୍ପିୟାନ୍ ହେଇଥିବା ଦୁଇ ଭିନ୍ନକ୍ଷମ ଯୁବକ କନ୍ଧମାଳ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସଦର ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣେଇଛନ୍ତି l

ad-week
Leave A Reply

Your email address will not be published.