
ରାଉରକେଲା : ଆଜି କଳିଙ୍ଗ ବିହାରସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୋଟାରୀ କ୍ଳବ ରାଉରକେଲା ରିଭର ସାଇଡ ତରଫରୁ ଏକ ଆଂସିନାରେଟର ପେଡ ବର୍ଣ୍ଣିଙ୍ଗ ମେସିନ ପ୍ରଦାନ କରାଯାଇଛି | ଉକ୍ତ ମେସିନ ଟିକୁ କ୍ଳବର ସମ୍ପାଦକ ଭଗବାନ ପାଢ଼ୀ ଙ୍କ ସହଧାର୍ମିଣୀ ଜୟଶ୍ରୀ ପାଢ଼ୀ ଅନୁଦାନ ସ୍ଵରୂପ ପ୍ରଦାନ କରିଥିଲେ | ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ନିର୍ବାଚିତ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ ମଞ୍ଜିତ ସିଂହ ଅରୋରା ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ କ୍ଳବ ର ଉପସ୍ଥିତ ସଭ୍ୟମାନେ ସଫଳ କରିବାରେ ସାହାଯ୍ୟ କରିଥିଲେ | ପ୍ରାରମ୍ଭ ରେ କ୍ଳବ ସଭାପତି ରୋଟାରୀଆନ ଶ୍ରୀ ଯୁକ୍ତ ସିଦ୍ଧି ନାଥ ଜ୍ୟୋତିଶୀ ଉକ୍ତ ମେସିନର ଆବଶ୍ୟକତା ଉପରେ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ | ଏହା ବାତାବରଣକୁ ଶୁଦ୍ଧତା ରଖିବାରେ କିପରି ସାହାଯ୍ୟ କରି ଥାଏ ତାହା ମଧ୍ୟ ବୁଝାଇ ଥିଲେ | ନିମନ୍ତ୍ରିତ ଅତିଥି ପୂର୍ବତନ ଡିସଟ୍ରିକ ଗଭର୍ଣ୍ଣର ରୋଟାରୀଆନ ଏଫ. ସି. ମହାନ୍ତି ସାର କ୍ଲବ ର ଅନୁଦାନ କାର୍ଯ୍ୟକ୍ରମ ର ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଜଣାଇ ଥିଲେ |
ସ୍କୁଲ ର ପ୍ରଧ୍ୟାପିକା ନଳିନୀ ମିଶ୍ର ଉକ୍ତ ମେସିନ ସ୍କୁଲ ର ଛାତ୍ରୀ ମାନଙ୍କର ଅତ୍ୟଧିକ ଆବଶ୍ୟକତା ଉପରେ ଗୁରୁତ୍ତ୍ଵ ଦେଇ ରିଭର ସାଇଡ କ୍ଲବ ର ପ୍ରସଂସା କରିବା ସହିତ ସଭ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ | ନିର୍ବାଚିତ ଡିସଟ୍ରିକ ଗଭର୍ଣ୍ଣର ରୋଟାରୀଆନ ମଞ୍ଜିତ ସିଂ ଅରୋରା ତାଙ୍କ ଭାଷଣ ରେ ଉପସ୍ଥିତ ଛାତ୍ରୀ,ଶିକ୍ଷୟିତ୍ରୀ ତଥା କ୍ଲବ ସଭ୍ୟ ମାନଙ୍କୁ ଅଭିବାଦନ କରିବା ସହିତ ସେ ମେସିନ ର ଆବଶ୍ୟକତା ଓ ତାର ମୂଲ୍ୟବୋଧ ଓ ଗୁରୁତ୍ୱ ଉପରେ ବୁଝାଇବା ସହିତ ସଠିକ ବ୍ୟବହାର ଉପରେ ମଧ୍ୟ ପରାମର୍ଶ ଦେଇଥିଲେ | ସବା ଶେଷରେ ରୋଟାରୀଆନ ଡାକ୍ତର ପ୍ରଫୁଳ୍ଲ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |
ଉକ୍ତ ସଭା ରେ ପୁରାତନ ଉପଦେଷ୍ଟା ରୋଟାରୀଆନ ଡଡାକ୍ତର ଭାଗରଥୀ ଯୋଶୀ, ରୋଟାରୀଆନ ମିହିର ରା଼ୟ,,
ରୋଟାରୀଆନ ଭଗବାନ ପାଢ଼ୀ, ରୋଟାରୀଆନ ବସନ୍ତ କୁମାର ପାଠୀ,
ରୋଟାରୀଆନ ପ୍ରମିଲା ମିଶ୍ର, ରୋଟାରୀଆନ ସନ୍ତୋଷ କୁମାର ମିଶ୍ର, ରୋଟାରୀଆନ ପ୍ରତିମା ମହାପାତ୍ର,ରୋଟାରୀଆନ ପରମେଶ୍ୱର ପ୍ରଧାନ, ରୋଟାରୀଆନ ଶଙ୍କର୍ଷଣ ତ୍ରିପାଠୀ, ରୋଟାରୀଆନ ଶୁଖିନ୍ଦର ସିଂ ଶେଖ,ରୋଟାରୀଆନ ଅଜୟ କୁମାର ସାହୁ ତଥା ଶ୍ରୀମତୀ ବନ୍ଦନା ଜ୍ୟୋତିଶୀ ଉପସ୍ଥିତ ରହି ଶୋଭା କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ I