
ସୁନ୍ଦରଗଡ଼/ ରାଉରକେଲା : ଗତ ରବିବାର ସଂଧ୍ୟାରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଖୁବ ଶ୍ରଦ୍ଧାପୂର୍ଣ୍ଣ ଭାବେ ପାଳନ କରାଯାଇଛି।
କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ରାଧାମୋହନ ନାୟକ ମଞ୍ଚସ୍ଥ ଥିବାବେଳେ ଡ.ନଗେନ ଦାସ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର୍ ଡ.ପ୍ରଭାତ କୁମାର ମଲ୍ଲିକ ବିଜୁ ପଟ୍ଟନାୟକଙ୍କର ବିଚକ୍ଷଣତା, ମହାନତା ତଥା ରାଜନୈତିକ ଜୀବନ ଉପରେ ବିଷଦ ଭାବେ ଆଲୋଚନା କରିଥିଲେଏବଂ ତତ୍ ପରେ ଅନୁଷ୍ଠାନର ସାହିତ୍ୟ ସମ୍ପାଦକ ଇଂ.ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଙ୍କଳନ ତମିସ୍ରାର ନୀଳ ଜହ୍ନ ଲୋକାର୍ପଣ ହୋଇଥଲା। ଏହି ପୁସ୍ତକଟିକୁ ଖୁବ୍ ସୁନ୍ଦର ଭାବରେ ସମୀକ୍ଷା କରିଥିଲେ ଡ.ନଗେନ ଦାସ।
ସଭାର ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠ କରାଯାଇ ଥିଲା। କବି ପୁଷ୍ପା ରାଣୀ ପଟେଲ୍ , ରଶ୍ମି ସାହୁ ଓ ସ୍ମିତା ମିଶ୍ର ଆଶୋକ ବାବୁଙ୍କ କବିତା ସଙ୍କଳନ ରୁ କବିତା ପାଠ କରିଥିଲେ ଏବଂ କବି କରୁଣାକର ପଟ୍ଟଶାଣୀ, ପ୍ରତାପ କୁମାର ପଣ୍ଡା, ସଞ୍ଜୀବ ଭୋଇ, ଅର୍ଚ୍ଚନା ପାତ୍ର, ସୁପ୍ତି କର, ବିନତା ମହାନ୍ତ, ବ୍ରଜେନ୍ଦ୍ର ଦାଶ, ଅଜୟ କୁମାର ମହାନ୍ତି, ତ୍ରିଲୋଚନ ସ୍ବାଇଁ, ସୁସ୍ମିତା ମହାପାତ୍ର, ଅଶୋକ କୁମାର ପଟ୍ଟନାୟକ ଆଦି ସ୍ବରଚିତ କବିତା ପାଠ କରିଥିଲେ।ମଞ୍ଜୁଳା ରଥ ସଭାପତିତ୍ବ କରିଥିବା ବେଳେ ସ୍ମିତା ମିଶ୍ର ଓ ରଶ୍ମି ସାହୁ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ।
ପରିଶେଷରେ ସମୀର କୁମାର ମହାପାତ୍ରଙ୍କ ଡ୍ୟାନ୍ସ ଗ୍ରୁପ୍ ଦ୍ଵାରା ଛୋଟ ପିଲାଙ୍କର ଏକ ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା। ଅଜୟ କୁମାର ଗୋସ୍ୱାମୀ,ଅରବିନ୍ଦ ପାତ୍ର,ପ୍ରଫୁଲ୍ଲ ସାମଲ, ବବି ମହାଳିକ, ପରିକ୍ଷୀତ ଗୁରୁ, ଶୁଭ୍ରାଂଶୁ ମହାପାତ୍ର, ଅକ୍ଷୟ କୁମାର ସାମଲ, ଅର୍ଜୁନ ଭୂୟାଁ, ପ୍ରଦୀପ କୁମାର ପଟ୍ଟନାୟକ, ସୁମନ୍ତ କୁମାର ଉପାଧ୍ୟାୟ, ସତ୍ୟନାରାୟଣ ଦାସ, ସୁକାନ୍ତ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ଜେନା, ଇନ୍ଦ୍ରମଣି ମହାପାତ୍ର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ପରିଶେଷରେ ଆଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।