ହିଞ୍ଜିଳିକାଟୁ : ଘରେ ପଶି ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବତୀଙ୍କ ମାଁ ଙ୍କୁ ଆକ୍ରମଣ ଅଭିଯୋଗରେ ବୁଧବାର ହିଞ୍ଜିଳି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞିଳିକାଟୁ ଥାନା କାଞ୍ଜିଆମା ଗ୍ରାମର କେଉଟସାହିର ଵିକାଶ ବେହେରା ଡାକ ନାମ କାଳିଆ । ପୁଲିସ ସୂଚନାନୁସାରେ କାଞ୍ଜିଆମା ଗ୍ରାମରଅହଲି ଵେହେରା ଙ୍କ ଝିଅ ପିଙ୍କି ବେହେରା ଙ୍କୁ ବାଟରେ ଘାଟରେ, ଏମିତିିକି ଫୋନ୍ରେ ତାଙ୍କୁ ପ୍ରେମ ନିବଦେନ କରି ହଇାରଣ କରୁଥିଲେ। କିନ୍ତୁ ଭୟରେ ଯୁବତୀ କିମ୍ବା ତାଙ୍କ ପରିବାର ପ୍ରତିବାଦ କରିପାରୁ ନଥିଲେ। ପିଙ୍କି ଙ୍କ ପରିବାରର ଭୟକୁ ଦେଖି କାଳିଆର ସାହସ ବଢ଼ି ବଢ଼ି ଯାଇଥିଲା। ବୁଧବାର ମଧ୍ୟାହ୍ନରେ ପିଙ୍କି ଘରେ ଏକୁଟିଆ ଥିବା ସୁଯୋଗ ଦେଖି କାଳିଆ ତାଙ୍କ ଘରେ ପଶିଥିଲା ଓ ତାଙ୍କୁ ଟଣାଓଟରା କରି ମାଡ ମାରି ଥିଲା। କିନ୍ତୁ ପିଙ୍କି ପାଟି କରିବାରୁ ଯୁବତୀ ଙ୍କ ମାଁ ଅହଲି ପାଟି ଶୁଣି ଘରଭିତରୁ ପିଙ୍କି କୁ ଉଦ୍ଧାର କରି କାଳିଆ କୁ ଗାଳିଗୁଲଜ କରି ପାଟି କରିଥିଲେ।ଏଥିରେ ଉତକ୍ଷିପ୍ତ ହୋଇ କାଳିଆ ଅହଲିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।ଅହଲି ଙ୍କ ପାଟି ଶୁଣି ଗ୍ରାମବାସୀ ଊଭୟ ମାଁ ଓ ଝିଅକୁ କାଳିଆ ପାଖରୁ ଉଦ୍ଧାର କରି ଊତ୍ତମ ମଧ୍ୟମ କରିଥିଲେ ଓ ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକାଶ ବେହେରା ଓରଫ କାଳିଆ କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଇଥିଲେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅହଲିଙ୍କ ହାତ ରେ ଆଘାତ ଲାଗି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ପରେ ସାହି ଵାସିନ୍ଦା ଲୋକେ ଅହଲିଙ୍କୁ ସାହସ ଦେଇଥିଲେ ଓ ହିଞ୍ଜିଳି ଥାନାରେ ଏକ ଅଭିଯୋଗ କରାଯାଇଥିଲା।
