ସମାଜରେ କଳାକାରଙ୍କ ଭୂମିକା ଅତୀବ ମହାର୍ହ : ମହାସଚିବ…

add-all

ବ୍ରହ୍ମପୁର : ସୁନ୍ଦର ସମାଜ ଗଠନ କ୍ଷେତ୍ରରେ ଉଭୟ କଳା ଓ କଳାକାରଙ୍କ ଭୂମିକା ଅତୀବ ମହାର୍ହ । ବାସ୍ତବ କ୍ଷେତ୍ରରେ କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ବୋଲି କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବେଗୁନିଆପଡା ବ୍ଳକ୍ ଅନ୍ତର୍ଗତ ପଦ୍ମପୁର-ନୂଆଗାଁ ଦୋଳ ଯାତ୍ରା ଅବସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନୀ ଭାଷଣରେ ଉପସ୍ଥାପନ କରିଥିଲେ । ବରିଷ୍ଠ କଳାକାର ନିରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ବିଜୟ କୁମାର ମହାନ୍ତି, ଶିକ୍ଷାବିତ୍ ତ୍ରିନାଥ ନାୟକ, ନାଟ୍ୟଗୁରୁ ଇନ୍ଦ୍ରମଣି ସାସମଲ, କୀର୍ତ୍ତନ ଗୁରୁ ଜଗନ୍ନାଥ ଜେନା, ସରପଞ୍ଚ ବିନୋଦ କୁମାର ଜେନା, ଲୋକଗୀତ ଶିଳ୍ପୀ ସୁବାସିନୀ ପଢିଆଳି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗ୍ରାମୀଣ ସଂସ୍କୃତି ହିଁ ପ୍ରାଦେଶିକ ଶାସ୍ତ୍ରୀୟ କଳାର ମୂଳାଧାର ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବରିଷ୍ଠ କଳାକାର ମହାସଂଘ ତରଫରୁ ପ୍ରତିଭାଦୀପ୍ତ କିଛି କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସୁରେନ୍ଦ୍ର ଗୌଡ ଓ କବିରାଜ ଜେନା ସହଯୋଗ କରିଥିଲେ । ପରେ ପରେ ଗ୍ରାମସ୍ଥ ଶ୍ରୀ ଶ୍ରୀ ମା’ ଦକ୍ଷିଣକାଳୀ ଯୁବ ଗଣନାଟ୍ୟ ପ୍ରଯୋଜିତ ନାଟ୍ୟକାର ବିଜୟ କୁମାର ମହାନ୍ତିଙ୍କ ପୌରାଣିକ ନାଟକ ‘ସୁନା ପୁଅ ପାଇଁ ଝୁରେ ଅଯୋଧ୍ୟା’ ପରିବେଷଣ ହୋଇଥିଲା । ସେହିଭଳି ସନ୍ନିକଟ ବୁରୁଝରି ଗ୍ରାମସ୍ଥ ଶ୍ରୀ ଜଗନ୍ନାଥ ଯୁବ ନାଟ୍ୟ ସଂସଦ ପ୍ରଯୋଜିତ ତଥା ନାଟ୍ୟଗୁରୁ ସଞ୍ଜୟ କୁମାର ବିଷୋୟୀଙ୍କ ନିର୍ଦ୍ଦେଶିତ ପୌରାଣିକ ନାଟକ ‘ରଣ ଯଜ୍ଞ’କୁ ମହାସଚିବ ରୋଶନ୍ ଶୁଭ ଉଦ୍ଘାଟନ କରିଥିଲେ । ଗ୍ରାମ୍ୟ କମିଟି ତଥା ଗ୍ରାମବାସୀ ସମ୍ମିଳିତ ଭାବେ ନାଟକର ସଫଳ ରୂପାୟନ କ୍ଷେତ୍ରରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.