ଦୋଳ ଗୋବିନ୍ଦଙ୍କ ଦୋଳ ପୂର୍ଣ୍ଣିମା ଧୁମଧାମରେ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ରିଜର୍ଭ ପଡିଆ ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ହୋଇଥିବା ଦୋଳ ବେଦୀରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି। କରୋନା କଟକଣା ନଥିବା ହେତୁ ଦୁଇବର୍ଷ ପରେ କନ୍ଧମାଳ ଜିଲ୍ଲାର ଗ୍ରାମେ ଗ୍ରାମେ ଦୋଳଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି।ନାମ ସଙ୍କୀର୍ତ୍ତନରେ ଗ୍ରାମାଞ୍ଚଳ ଉତ୍ସବ ମୁଖର ହୋଇଥିଲା l ପ୍ରତ୍ଯକେ ଜାଗାରେ ମଦନମୋହନ ଫୁଲ ତୁଳସୀ ଚନ୍ଦନ ଅବିର ଲାଗିହୋଇ ଦୋଳ ବେଦୀରେ ବିଜେ କରିଥିଲେ ରାଧାଗୋବିନ୍ଦ । ଠାକୁରଙ୍କ ଦୋଳବେଦୀ ରେ ଧୂପ ଅବକାଶ ନୀତି ଅନୁଷ୍ଠିତ ହୋଇ ଥିବା ଦେଖିବାକୁ ମିଳିଥିଲା l ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରିରେ ଭକ୍ତଙ୍କର ମନୋରଞ୍ଜନ ପାଇଁ ରିଜର୍ଭ ପଡିଆ ପରିସରରେ ପୌରାଣିକ ନାଟକ ଭକ୍ତ ପ୍ରହ୍ଲାଦଙ୍କ (ରଜା ନାଟ) ଦୁଇ ଥଳ ଲାଗିଥିବାରୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ବର୍ତ୍ତମାନ ଯୁଗରେ ବି ପୌରାଣିକ ନାଟକ ପ୍ରତି ଭକ୍ତଙ୍କ ପ୍ରବଳ ଶ୍ରଦ୍ଧା ତାହା ଦେଖିବାକୁ ମିଳିଥିଲା l ସେହିପରି ମାଦିକୁନ୍ଦା ଛକରେ ଥିବା ଦଧିବାମନ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରରେ ମଧ୍ଯ ଭକ୍ତଙ୍କର ଭିଡ ଜମିଥିଲା l

ad-week
Leave A Reply

Your email address will not be published.