ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରି କମିଟି ବୈଠକ ଅନୁଷ୍ଠିତ…

add-all

ଫୁଲବାଣୀ :- କନ୍ଧମାଳ ବରିଷ୍ଠ ନାଗରିକ ସଂଘର ର ଦ୍ୱିବାର୍ଷିକ ନିର୍ବାଚନ ମାର୍ଚ୍ଚ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ବେଳେ ନୂତନ କାର୍ଯ୍ୟକାରୀ କମିଟି ବୈଠକ ବନାନୀ କଳାସଂଗମ ଠାରେ ସଭାପତି କମଳାପାଣ୍ଡେ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ ପ୍ରଥମେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକାରୀ କମିଟିର ନବ ନିର୍ବାଚିତସଭାପତି ସାଧାରଣ ସଂମ୍ପାଦକ ଓ ସଦସ୍ୟ ମାନଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନକୁ ସମାପନ କରିଥିବାରୁ ନିର୍ବାଚନ ଅଧିକାରୀ ଭି ଭି ରାମଦାସ,ବିଜୟ ମହାନ୍ତି, ଓ ବିରଜା ନାହାକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।ସଭାପତି ବରିଷ୍ଠ ନାଗରିକ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ।ଆଗାମୀ ଦିନରେ ବରିଷ୍ଠ ନାଗରିକଙ୍କ ସହିତ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ, ଜିଲା ମୁଖ୍ୟ ଚିକିତ୍ସାଳୟରେ ରେ ଅବ୍ୟବସ୍ଥା, ନୁତନ ବରିଷ୍ଠ ନାଗରିକଙ୍କ ଆଇ କାର୍ଡ ପ୍ରଦାନ, ଅସୁବିଧା ରେ ପଡୁଥିବା ବରିଷ୍ଠ ନାଗରିକଙ୍କୁ ପୋଲିସର ସହଯୋଗ ସମ୍ପର୍କରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।ଦୁଇଟି ସମାନ୍ତରାଳ ସଂଘ ଜିଲା ପାଇଁ ଶୁଭଙ୍କର ନୁହେଁ ଏବଂ ଉଭୟେ ନିଜର ଅହଂଭାବ ତ୍ୟାଗ କରି ଏକାଠି ହେବାକୁ ଡଃ ଅରୁପ କୁମାର ଜେନା ପରାମର୍ଶ ଦେଇଥିଲେ।ଏହା ଫଳରେ ସଂଘର ଗାରିମା ନଷ୍ଟ ହେବ ବୋଲି ଆଲୋଚନା ହୋଇଥିଲା।କନ୍ଧମାଳ ବରିଷ୍ଠ ନାଗରିକ ସଂଘର ପୂର୍ବ କାର୍ଯ୍ୟକର୍ତ୍ତା ଆଇନ ଉଲଂଘନ କରି ନିର୍ବାଚନ ପାଇଁ ସଠିକ ସମୟରେ ପଦକ୍ଷେପ ନନେଵାରୁ ଆଇନତଃ ସେମାନଙ୍କ କୌଣସି ବୈଧତା ନଥିବାରୁ ପ୍ରତିଷ୍ଠାତା ସଦସ୍ୟଙ୍କ ହସ୍ତକ୍ଷେପରେ ଆଇନଗତ ଭାବେ ମାର୍ଚ୍ଚ ଚାରି ତାରିଖରେ ନିର୍ବାଚନ କରି ଫଳାଫଳ ଘୋଷଣା କରାଯାଇଥିଲା। କନ୍ଧମାଳ ବରିଷ୍ଠ ନାଗରିକ ସଂଘ ଜିଲ୍ଲାର ହିତ ଦୃଷ୍ଟିରୁ ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଛି।ଏହି ଅବସରରେ ଉପସଭାପତି ନବ କିଶୋର ରଥ,ସହ ସମ୍ପାଦକ ବୈଂଶିଧର ପଣ୍ଡା,ସଂଗଠନ ସଂମ୍ପାଦକ ରାଜ କିଶୋର ପାଢୀଙ୍କ ସମେତ ଡ ଅରୁପ ଜେନା ଅନନ୍ତ ଚରଣ ମିଶ୍ର,ନବୀନ କିଶୋର ପଣ୍ଡା, ଭିଭି ରାମଦାସ, ବିଜୟ ମହାନ୍ତି, ବିରଜା ନାହାକ,ନାରାୟଣ ସାହୁ ବିକାଶ ମହାନ୍ତି, ମଞୁଳା ପାଣିଗ୍ରାହୀ, ପଞ୍ଚାନନ କହଁର,ଦିଗମ୍ବର ମହାପାତ୍ର, ବ୍ରହ୍ମାନନ୍ଦ ପାଣିଗ୍ରାହୀ ,ଅଶୋକ ବେହେରା, ପ୍ରମୋଦ ସାହୁ ପ୍ରମୁଖ ସଦସ୍ୟ ମାନେ ବୈଠକରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.