ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା…

add-all

ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ ଚିତ୍ରକୋଣ୍ଡା ସ୍ଥିତ ସରକାରୀ ଏସଏସଡି ବିଦ୍ୟାଳୟ କୁ ଗସ୍ତକରି ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ରେ ଚାଲିଥିବା ୫T କାମର ତଦାରଖ କରିବା ସହିତ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ହନ୍ତାଳ, ବଡ଼ପଡା ଏସଏସଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁ ଏବଂ ଅନ୍ୟ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତରେ ବିଦ୍ୟାଳୟରେ ନିର୍ଭୁଲ ପରୀକ୍ଷା ହେବ, ବିଦ୍ୟାଳୟ ଭଲ ନାଁ ହେବ ସେ ଦିଗରେ ପରାମର୍ଶ ଦେବା ସହ ବିଦ୍ୟାଳୟ ରେ ଶାନ୍ତି ଶୃଙ୍ଖଳା, ସୁପରିଚାଳନା ଉତ୍ତମ ଶିକ୍ଷା ଓ ବିଦ୍ୟାଳୟ ବିକାଶ ନିମନ୍ତେ ଉଦବୋଧନ ଦେଇଥିଲେ l ମନ ଦେଇ ପାଠ ପଢ଼ି ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ତାଙ୍ଗୁଲ l ସେ ବି ଦିନେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଏସଏସଡି ବିଦ୍ୟାଳୟ ର ଛାତ୍ରୀ ଥିଲେ ପାଠ ପଢିଥିଲେ l ଝିଅ ମାନେ କୌଣସି ଗୁଣରେ କମ ନୁହନ୍ତି ପ୍ରତେକ କ୍ଷେତ୍ରରେ ନାରୀ ଆଗୁଆ ହୋଇ ଜିଣି ପାରିଛି ଝିଅ କେବଳ ରୋଷେଇ ଶାଳକୁ ନୁହେଁ ଆଜି ଉଡ଼ାଜାହାଜରେ ଉଡ଼ିପାରୁଛି, ଘୋଡ଼ା ଚଢ଼ା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସବୁଥିରେ ଆଗେଇ ଚାଲିଛି ତୁମେ ମାନେ ମଧ୍ୟ ଭଲ ପାଠ ପଢ଼ି ବଡ଼ ମଣିଷ ହେବାକୁ ଛାତ୍ରୀ ମାନଙ୍କୁ ଉଦବୋଧନ ସହ ପରାମର୍ଶ ଦେଇଥିଲେ l

ad-week
Leave A Reply

Your email address will not be published.