ବିଜୁଳି ମାଡ଼ରେ ଜଳିଲା ନଡ଼ିଆ ଗଛ…

add-all

ଟିକିରି : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ଆଜି ୫ଟା ୧୫ ମିନିଟ ସମୟରେ ଘଡ ଘଡ଼ି ହେବା ସହ ଅଳ୍ପ ବର୍ଷା ସେହି ସମୟ ପୋଡାପାଡି ପଞ୍ଚାୟତ ମୁଣ୍ଡା ଗାଁ ଗ୍ରାମ ର ଉଦୟ ପାତ୍ର ଙ୍କ ନଡ଼ିଆ ଗଛ ରେ ବିଜୁଳି ମାଡ ହୋଇ ହୁତ ହୁତ ଜଳି ଯାଇଛି। ସେହି ସମୟରେ ତାଙ୍କ ସ୍ତ୍ରୀ ଘର ବାଡ଼ି ରେ ବାହାରି ଥିଲେ ସେହି ସମୟରେ ବିଜୁଳି ମାରିବାରୁ ଅଳ୍ପକେ ବଂଚିତ ହୋଇଛନ୍ତି । ଏହା ପରେ ସେ ଦେଖିଲେ ତାଙ୍କର ନଡ଼ିଆ ଗଛ ହୁତୁ ହୁତୁ ହୋଇ ଜଳୁଛି । ଏହା ପରେ ପରିବା ଲୋକେ ଘରୁ ବାହାରି ଆସି ଗ୍ରାମ ବାସୀଙ୍କୁ ଜଣାଇବା ପରେ ଦମକଳବାହିନୀ କୁ ଫୋନ କରିଥିଲେ କିନ୍ତୁ ବିଳମ୍ବରେ ଦମକଳ ପହଞ୍ଚିଲା | ଗ୍ରାମବାସୀଙ୍କ ମନରେ ଭୟ ଥିଲା କାଳେ ନିଆଁ ଉଡିକି କାହା ଘର ଉପରେ ଯଦି ପଡ଼େ ତାହା ହେଲେ ପୁରା ଗ୍ରାମରେ ନିଆଁ ଲାଗିବା ସମ୍ଭାବନା ରହିଛି। ଏହା ସହ ଉଦୟ ସେହି ଗଛରେ ଯେଉଁ ନଡିଆ ହୁଏ ତାହା ବିକି ତାଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା ସାହଯ୍ୟ ହେଉଥିଲା । ଏବେ ନିଆଁ ଲାଗିବା ହେତୁ ସମ୍ଫୁଣ ନଡ଼ିଆ ନଷ୍ଟ ହୋଇଯାଇଥିବା କହିଛନ୍ତି । ହେଲେ ଉଦୟ ନାଥ କହିଛନ୍ତି ଯେ ସରକାରଙ୍କ ତରଫ ରୁ କିଛି ସହାୟତା ସାହାଯ୍ୟ ମିଳିଲେ କିଛିଟା ଆମ ଘର ଉପକୃତ ହୋଇଥାନ୍ତି ବୋଲି ଉଦୟ ପାତ୍ର ଗଣମାଧ୍ୟମ ନିକଟରେ ଜଣାଇଥିଲେ |

ad-week
Leave A Reply

Your email address will not be published.