ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା…

add-all

ହିଞ୍ଜିଳିକାଟୁ ୧୧।୩ : ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନ ଶନିବାର ସଂନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଥମେ ହିଞିଳିକାଟୁ ପୌରପରିଷଦ ଗସ୍ତ କରି ନିର୍ମାଣଧିନ ମାର୍କେଟ ବିଲଡିଂ ପରିଦର୍ଶନ କରିବା ସହ ମିଶନଶକ୍ତି କେଫ ର ଉପାଦେୟତା ଉପରେ ଆଲୋଚନା କରିଥିଲେ l କେଫ ନିକଟରେ ଚାଲିଥିବା କାର୍ଯ୍ୟ ଓ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ହିଞ୍ଜିଳିକାଟୁ ବ୍ଳକ ପରିଷର ରେ ଗାଁରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ପରିଦର୍ଶନ କରି ହିଞ୍ଜିଳିକାଟୁ ବ୍ଲକ ର ଵିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଶିକ୍ଷା ନେଉଥିବା ଶିକ୍ଷାର୍ଥୀ ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ l ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ପରିଦର୍ଶନ ସମୟରେ ହିଞିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାସ ଏବଂ ଅନ୍ୟନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.