୧୫ ତାରିଖରେ ହେବାକୁ ଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

add-all

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ ର ଆମ୍ବ ତୋଟା ଛକ ନିକଟରେ ଓଡ଼ିଶା ଡାଇଭର ମହାସଂଘ ପକ୍ଷରୁ 15ତାରିଖ ରେ ହେବାକୁ ଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଡାଇଭର ମହାସଂଘ ର କାଶୀପୁର ବ୍ଲକ ର ଆଡମିନ୍ ଆକାଶ କୁମାର ନାୟକ,ଓ ଆଞ୍ଚଳିକ ବିକାଶ ପରିଷଦ କଂସାରୀଗୁଡା ର ସଭାପତି ଡୋଉଳ ରତ୍ନ ଚୌଧୁରୀ, ଉପସ୍ଥିତ ରହି ଆଗାମୀ ମାର୍ଚ୍ଚ ୧୫ ତାରିଖ ରେ ଓଡ଼ିଶା ଡାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କୁ କେମିତି ସଦୃଢ଼ କରି ସଫଳତା କରିବେ ବୋଲି ସେ‌ଇ ବିଷୟ ଆଲୋଚନା କରଯାଇଥିଲା। ଏହି ବୈଠକରେ ପୋଡାପାଡ଼ି ପଞ୍ଚାୟତ ସଭାପତି,ଅଜୟ ମହାନ୍ତି,ବାକାମ୍ବ ପଞ୍ଚାୟତ ସଭାପତି ମିଥୁନ ସାହୁ, ନକଟି ଗୁଡା ପଞ୍ଚାୟତ ସଭାପତି ଗବର୍ ସିଂ ମାଝୀ, କୋଷାଦକ୍ଷ ତରୁଣୀ ସେନ ନାଏକ, ଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ୧୦୦ ରୁ ଅଧିକ ଡ୍ରାଇଭର ଉପସ୍ଥିତ ରହିଥିଲେ |

ad-week
Leave A Reply

Your email address will not be published.