
ଫୁଲବାଣୀ : ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ବୈଠକରେ ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଚୟନ କରାଯାଇଛି l କନ୍ଧମାଳରୁ ସହ ସମ୍ପାଦକ ଭାବରେ ଜିଲ୍ଲାର ଗୃହରକ୍ଷୀ ସଂଘର ବିରଜା କୁମାର ପ୍ରଧାନଙ୍କୁ ଚୟନ କରାଯାଇଛି l ପ୍ରକାଶ ଥାଉ କି ଭୁବନେଶ୍ୱରରେ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ ରାଜ୍ୟ ମାନବାଧିକାର ମିସନ କର୍ମକର୍ତ୍ତାଙ୍କ ଶୃଙ୍ଖଳିତ ଆଲୋଚନା କ୍ରମେ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କାର୍ଯ୍ୟାଳୟ, ଦରଖା ପାଟଣା ରାଜ ଗାଡେନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଦିର୍ଘ ବର୍ଷ ହେବ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ, ଆଇ,ଜି, ଆର୍ ନିୟମ ଅନୁସାରେ ସାର୍ଟିଫିକେଟ ହାସଲ କରିଥିଲେ ମଧ୍ୟ ଉକ୍ତ ପଞ୍ଜୀକୃତ, ନମ୍ବର, ୧୯୦୬୨/୩୮, ଅଫ୍,୧୯୮୮୧୯୮୯, ମସିହାରେ ପଞ୍ଜୀକୃତ ହୋଇ ଅସୁରକ୍ଷିତ ଓ ବିଶୃଙ୍ଖଳିତ ଭାବେ ପଡ଼ିରହିଥିଲା l ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା ଏବଂ ମତାମତ୍ ଅନୁଯାଇ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜଙ୍କ ଶୃଙ୍ଖଳିତ ସହଯୋଗ ପ୍ରକାର ପୂନର୍ବାର ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲା । ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ଭାବରେ, ରଞ୍ଜନ କୁମାର ମଲ୍ଲିକ, ରାଜ୍ୟ ସମ୍ପାଦକ, ବିଚିତ୍ର ନନ୍ଦ ବିଶ୍ବାଳ, କୋଷାଧ୍ୟକ୍ଷ, ଭାବରେ ଉମାକାନ୍ତ ରାଉତ, ଉପସଭାପତି, ଭାବରେ, ପ୍ରଭାତ କୁମାର ବାରିକ, ସୁସାନ୍ତ କୁମାର ପ୍ରଧାନ, ସହ ସମ୍ପାଦକ ଭାବରେ, ବିରଜା କୁମାର ପ୍ରଧାନ, ପ୍ରଦୀପ କୁମାର ପତି,ଉପ କୋଷାଧ୍ୟକ୍ଷ ଭାବରେ,ଇ, ନରେଶ ଦୋରା, ଶୁଭକାନ୍ତ ପାଣି, କାର୍ଯ୍ୟକାରୀ ସଭାପତି, ଭାବେ ଭଜମନ ମହାନ୍ତି, ରଘୁନାଥ ମହାନ୍ତି, ଏପରିକି ରାଜ୍ୟର ସମସ୍ତ ଜିଲ୍ଲାର ବରିଷ୍ଠ ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ ମହାସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏବଂ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ମାନବାଧିକାର ମିସନ ରାଜ୍ୟ ସଭାପତି, ଶ୍ରୀଯୁକ୍ତ, ଦିଲ୍ଲିପ କୁମାର ଧଳ, ମହିଳା ସଭାନେତ୍ରୀ, ଶ୍ରୀମତୀ, ଆରତୀ ମଙ୍ଗରାଜ ମାନବାଧିକାର ମିସନ ରାଜ୍ୟ ସମ୍ପାଦକ , ମୋନମହନ ସାମଲ, ଓ୍ବଲଫର ସମ୍ପାଦକ, ସମରେନ୍ଦ୍ର ପଣ୍ଡା, ବରିଷ୍ଠ ସମାଜସେବୀ ତଥା ମାନବାଧିକାର ମିସନ କଟକ ଜିଲ୍ଲା ସଭାପତି, ଚିନ୍ତାମଣୀ ପରିଡ଼ା,ଏବଂ ଆଇନ୍ ପରାମର୍ଶଦାତା ଭାବେ, ହାଇକୋର୍ଟର ବରିଷ୍ଠ ଆଇନଜୀବି , ଶ୍ରୀଯୁକ୍ତ, ସରୋଜ କୁମାର ସ୍ବାଇଁ,ବରିଷ୍ଠ ଆଇନଜୀବି, ଜ୍ଞାନେନ୍ଦ୍ର ତ୍ରିପାଠୀ, ମିଡ଼ିଆ ସମ୍ପାଦକ ଭାବରେ, ସୁରେଶ କର,ସନ୍ତେlଷ ଜେନା,ମହାଦେବ ସେଠୀ, ସାମ୍ବାଦିକ କୁନା ଦିଗାଲ ଙ୍କୁ ନେଇ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା ଗଠନ କରାଯାଇଛି । ବର୍ତ୍ତମାନ ତା,୬,୩,୨୦୨୩୨୪, ମସିହାରେ ଆଇ, ଜି ,ଆର୍ କଟକ ନବ ନିର୍ବାଚିତ ମହାସଂଘ କର୍ମକର୍ତ୍ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିବାରୁ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା ଗୃହରକ୍ଷୀ ମହାସମାଦେଷ୍ଟା ବା (ଗୃହରକ୍ଷୀ ଡ଼ିଜି)ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହିତ କିଛି ସମସ୍ୟାର ସରଳ ସମାଧାନ କରିବା ପାଇଁଁ ଲିଖିତ ମାଧ୍ୟମରେ ମହାସଂଘ ପକ୍ଷରୁ ଅନୁରୋଧ ପ୍ରାର୍ଥନା କରାଯାଇଛି । ସେଥି ମଧ୍ୟରୁ ମହାସଂଘର ମୂଖ୍ୟ ଉଦ୍ଦେଶ୍ୟ ହୋମଗାର୍ଡ ଚାକିରିର ଡିୟୁଟି ପରବର୍ତ୍ତୀ ସମୟରେ ସମାଜର ମଙ୍ଗଳ ନିମନ୍ତେ କିଛି କାର୍ଯ୍ୟକ୍ରମ କରିବା ପାଇଁ ମହାସଂଘ ନିଷ୍ପତ୍ତି ନେଇଛି । ସେଥିମଧ୍ୟରୁ ବୃକ୍ଷ ରୋପଣ, ଅସହାୟକଙ୍କୁ ସହାୟତା, ରକ୍ତଦାନ ଶିବିର, ଏପରିକି ସମାଜର ଉନ୍ନତି ମୂଳକ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତାଙ୍କ ଆଲୋଚନା ହୋଇଥିବା ନବ ନିର୍ବାଚିତ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି, ରଞ୍ଜନ କୁମାର ମଲ୍ଲିକ ଏବଂ ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦେଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାର ଶୃଙ୍ଖଳିତ ମହାସଂଘ କର୍ମକର୍ତ୍ତା ଏବଂ ପରାମର୍ଶଦାତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଛି l